କଡ଼ା ସୁରକ୍ଷା ମଧ୍ୟରେ, ଶାନ୍ତିପୂର୍ଣ୍ଣ ଭାବେ ଆଜି ଆସାମ, କେରଳ ଏବଂ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସନ୍ଧ୍ୟା ୬ଟାରେ ଶେଷ ହୋଇଛି । ନିର୍ବାଚନ କମିସନ ତଥ୍ୟ ଅନୁଯାୟୀ ପୁଡ଼ୁଚେରୀରେ ସର୍ବାଧିକ ୮୯.୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବାବେଳେ ଆସାମରେ ୮୫.୩ ପ୍ରତିଶତ ଏବଂ କେରଳରେ ୭୭.୯ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ମତଦାନ ପ୍ରତିଶତ ଆହୁରି ବୃଦ୍ଧି ପାଇପାରେ । ଆସାମରେ ୧୨୬ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ଭୋଟ୍ ଗ୍ରହଣ ହୋଇଛି । ସେହିପରି କେରଳରେ ୧୪୦ ବିଧାନସଭା ଆସନ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ୩୦ ଆସନ ପାଇଁ ଭୋଟ ଗ୍ରହଣ ହୋଇଛି । Post navigation Llligal Gas Cylinder: ମୋହନା ହାଇସ୍କୁଲ ଛକ ନିକଟରୁ ୫୧ ବେଆଇନ୍ ଗ୍ୟାସ୍ ସିଲିଣ୍ଡର ଜବତ Uniform Distribution Odisha Students: ଏପ୍ରିଲ ୨୭ ସୁଦ୍ଧା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ପୋଷାକ ଏବଂ ଆନୁଷଙ୍ଗିକ ସାମଗ୍ରୀ