ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳା ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚନ୍ଦକା ଗୋଡ଼ିବାରିଠାରେ ଦୁଇ ଦିନିଆ କର୍ମଶାଳା ଉଦ୍‌ଘାଟିତ ହୋଇଛି । ହାତୀମାନଙ୍କ ବିଷୟରେ ଗବେଷଣା ପାଇଁ ସ୍ବତନ୍ତ୍ର କେନ୍ଦ୍ର ମଧ୍ୟ ଉଦ୍‌ଘାଟିତ । ଏହି ସମୟରେ ହାତୀ ସଂରକ୍ଷଣ ନେଇ ସ୍ବତନ୍ତ୍ର ପଲିସି ଆସିବ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ଓଡିଶାରେ ଏବେ ୨ ହଜାର ୧ ଶହ ହାତୀ ଥିବାରୁ ସ୍ୱତନ୍ତ୍ର ଧ୍ୟାନ ରଖାଯାଇଛି ।

ଦିନକୁ ଦିନ ବାସସ୍ଥାନ ହ୍ରାସ, ଦାନ୍ତ ପାଇଁ ଶିକାର ଓ ହାତୀ-ମଣିଷ ଲଢ଼େଇ ପରି ଅନେକ ସମସ୍ୟାର ସାମନା କରୁଛନ୍ତି ହାତୀମାନେ। ବିଭିନ୍ନ ସମୟର ହାତୀ ମଣିଷ ଲଢେଇ ଚିତ୍ର ସାମ୍ନାକୁ ଆସୁଥିବା ବେଳେ କେତେବେଳେ ହାତୀ ମୃତ୍ୟୁ ତ କେତେବେଳେ ମଣିଷ ମୃତ୍ୟୁ ହୋଇଛି।  ୧୦ ବର୍ଷ ମଧ୍ୟରେ ହାତୀ- ମଣିଷ ଲଢେଇରେ ୯ ଶହ ମଣିଷ, ୭୫୦ ହାତୀଙ୍କ ମୃତ୍ୟୁ ହୋଇଛି ।  ଏଥିପାଇଁ ବ୍ୟାପକ ଜନସଚେତନତା ଆବଶ୍ୟକ। ତେଣୁ ଖୁବ୍ ଶୀଘ୍ର ହାତୀ ସଂରକ୍ଷଣ ନେଇ ସ୍ବତନ୍ତ୍ର ପଲିସି ଆସିବ ।

Leave a Reply

Your email address will not be published. Required fields are marked *