ଭିଜିଲାନ୍ସ ଜାଲରେ ବାଙ୍କୀ ଥାନା ସୁବର୍ଣ୍ଣପୁର ପୋଲିସ ବିଟ୍‌ର SI ପ୍ରସନ୍ନ ମାହାଳି । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ SI । ଧରାପଡ଼ିବା ପରେ ଅଫିସ୍ ସମେତ ପୈତୃକ ଗାଁରେ ଚଢାଉ କରିଛି ଭିଜିଲାନ୍ସ ।

ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପୋଡ଼ି ଘଟଣାରେ ଜଣଙ୍କଠାରୁ ଲାଞ୍ଚ ନେଉଥିଲେ SI ପ୍ରସନ୍ନ ମାହାଳି। ଅଫିସ୍‌ ଭିତରେ ଲାଞ୍ଚ ନେଇଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । DSP ସୁଶିଲ କୁମାର ସାହୁଙ୍କ ନେତୃତ୍ଵରେ କଟକ ଭିଜିଲାନ୍ସର ୧୧ ଜଣିଆ ଟିମ ଚଢ଼ାଉରେ ସାମିଲ ଥିଲେ ।

ସୂଚନା ଯୋଗ୍ୟ; ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପୋଡ଼ି ଘଟଣାରେ ପୂର୍ବରୁ ଏତଲା କରାଇବା ପାଇଁ ଟଙ୍କା ନେଇଥିଲେ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ମାହାଳି । କ୍ଷତିପୂରଣ ସହ ପାଞ୍ଚ ଲକ୍ଷ ଟଙ୍କାର ବୀମା ଟଙ୍କା କରାଇ ଦେବା ପାଇଁ ୨୦ ହଜାର ଲାଞ୍ଚ ମାଗିଥିଲେ।  ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ଥାନାବାବୁ ।

 

Leave a Reply

Your email address will not be published. Required fields are marked *