ରାଜଧାନୀରେ ଠାବ ହେଲା ନକଲି କଲ୍ ସେଣ୍ଟର। ଭୁବନେଶ୍ଵରର ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଚାଲିଥିଲା ନକଲି କଲ ସେଣ୍ଟର। ବୁଧବାର ଏହି ବେଆଇନ କଲ ସେଣ୍ଟର ପର୍ଦ୍ଦାଫାସ କରିବା ସହ ୬ ଜଣଙ୍କୁ ଅଟକ ରଖିଛି  କମିଶନରେଟ୍ ପୁଲିସ । ଏଥିସହ ଏକାଧିକ ଲାପଟପ୍, ମୋବାଇଲ ଓ ଅନେକ ଡିଜିଟାଲ ଡିଭାଇସ ଜବତ କରିଛି। ଅଟକ ୬ ଜଣ ଘର କୋଲକାତାରେ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।

ସୂଚନଯୋଗ୍ୟ; ଭୁବନେଶ୍ୱର କପିଳପ୍ରସାଦ-ଜଟଣୀ ରୋଡ୍ ରେ ଥିବା କାଞ୍ଚନ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ଫ୍ଲାଟରେ କିଛି ଯୁବକ ଦୀର୍ଘ ଦିନ ଚଳାଉଥିଲେ ବେଆଇନ୍ କଲ୍‌ ସେଣ୍ଟର। ଏହି କଲ୍‌ ସେଣ୍ଟରରେ ଲୋକମାନଙ୍କୁ ଫେକ୍‌ କଲ୍‌ କରଯାଇ ଚୁନ ମାରୁଥିଲେ ସାଇବର ଲୁଟେରା । ଏ ବାବଦରେ ସାଇବର ବିଭାଗ ଏବଂ ପୁଲିସ କୌଣସି ସୁତ୍ରରୁ ଖବର ପାଇବା ପରେ ଆଜି ସକାଳେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେଠାରେ ଫେକ୍ କଲ ସେଣ୍ଟର ଚାଲୁଥିବା ଜାଣିବାକୁ ପାଇଛି ପୁଲିସ । ପୁଲିସ ଚଢ଼ାଉ କରି ଫୋନ୍, ମୋବାଇଲ, କିଛି ଅନ୍ୟାନ୍ୟ ଡିଭାଇସ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।

ଏହା ସହିତ ଘଟଣାରେ ସମ୍ପୃକ୍ତି ସନ୍ଦେହରେ ୬ ଜଣଙ୍କୁ ଅଟକ ରଖାଯାଇଛି ।ରାଜ୍ୟ ଭିତରେ ନୁହେଁ ରାଜ୍ୟ ବାହାରେ ଏମିତିକି ବିଦେଶୀଙ୍କୁ ମଧ୍ୟ ଟାର୍ଗେଟ୍ କରୁଥିଲେ । ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର । ଅଧିକ ତଦନ୍ତ ପାଇଁ ଟେକ୍ନିକାଲ ଟିମ୍‌ର ସାହାଯ୍ୟ ନିଆଯାଉଛି। ରାଜ୍ୟ ଓ ରାଜ୍ୟ ବାହାରର ଲୋକଙ୍କୁ ଲିଙ୍କ୍ ପଠାଇ ଏଠାରେ ଠକେଇ କରାଯାଉଥିଲା ବୋଲି ଡିସିପି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *