ପୋଲିସ ଏସ୍ଆଇ କେଳେଙ୍କାରୀ ମାମଲାରେ ସିବିଆଇର ରିମାଣ୍ଡ ଆବେଦନକୁ ସ୍ୱତନ୍ତ୍ର ଅଦାଲତ ମଞ୍ଜୁରି ପ୍ରଦାନ କରିଛନ୍ତି । ଆଜିଠାରୁ ୨ ଦିନିଆ ରିମାଣ୍ଡରେ ଗଲା ନୀତିଶ କୁମାର । ନୀତିଶ କୁମାରଙ୍କୁ ବିହାରରୁ ଗିରଫ କରିଥିଲା ସିବିଆଇ । ସେ ପ୍ରାୟ ୬୦୦ ପରୀକ୍ଷାର୍ଥୀଙ୍କୁ ତାଲିମ ଦେଇଥିବା ବୋଲି ଜଣାପଡ଼ିଛି । ମାଷ୍ଟର ମାଇଣ୍ଡ ବିରଞ୍ଚି ନାୟକର ଅନ୍ୟତମ ସହଯୋଗୀ ହେଉଛି ନୀତିଶ । ସେହିପରି କାଲିଠାରୁ ରିମାଣ୍ଡରେ ଯିବେ ଅନ୍ୟ ୪ ଅଭିଯୁକ୍ତ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଅଭିମନ୍ୟୁ ଦୋରା, ପ୍ରିୟଦର୍ଶିନୀ ସାମଲ । ସିବିଆଇ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ।

ଉଲ୍ଲେଖ ଯୋଗ୍ୟ, ପୋଲିସ ଏସ୍‌ଆଇ ପରୀକ୍ଷା ପରିଚାଳନା ପାଇଁ କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ଦିଆଯାଇଥିଲା । ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍‌ ଟେକ୍‌ଲାବ୍ ପ୍ରାଇଭେଟ୍ ଲିମିଟେଡ୍‌ ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ୱ ଦେଇଥିଲା । ସିଲିକନ୍‌ ବ୍ରହ୍ମପୁରର ପଞ୍ଚସଫ୍ଟକୁ ଦେଇଥିଲା। ପଞ୍ଚସଫ୍ଟର ମାଲିକ ଶଙ୍କର ପୃଷ୍ଟି ଏସଆଇ ପରୀକ୍ଷା ଜାଲିଆତିର ମାଷ୍ଟରମାଇଣ୍ଡ ଅଟେ । ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଶ୍ରୀକାକୁଲମର ଏକ ହୋଟେଲରେ ରଖି ପ୍ରଶ୍ନପତ୍ରର ଅଭ୍ୟାସ କରିବା ପୂର୍ବରୁ ପୋଲିସ ଏମାନଙ୍କୁ ଧରିଥିଲା ।

ଏହି ମାମଲାରେ ଶଙ୍କର ପୃଷ୍ଟି ସମେତ ସିଲିକନ କମ୍ପାନୀର ମାଲିକ ସୁରେଶଚନ୍ଦ୍ର ନାୟକ, ମୁଖ୍ୟ ଦଲାଲ ଅରବିନ୍ଦ ଦାସ ଓ ମୁନା ମହାନ୍ତି, ବିରଞ୍ଚି ନାୟକ ପ୍ରମୁଖଙ୍କୁ ଗିରଫ କରାଯାଇଛି । ବିଶ୍ୱରଞ୍ଜନ ବେହେରା, ଶ୍ରୀକାନ୍ତ ମହାରଣା, ଏ. ଅଭିମନ୍ୟୁ ଦୋରା, ପ୍ରିୟଦର୍ଶନୀ ସାମଲ, ସାଗର କୁମାର ଗୌଡ, ଲୋକନାଥ ସାହୁ, ବିଶ୍ଵଜିତ ହରିଚନ୍ଦନ ଓ ତଫିମ ଅହମ୍ମଦ ଖାନଙ୍କୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *