ରାଜଧାନୀର ଥିବା ଷ୍ଟାଇଲ ସୁ’ରେ ଚଢ଼ାଉ । ଅଶୋକ ନଗରରେ ଥିବା ଷ୍ଟାଇଲ ସୁ’ରେ କ୍ରକ୍ସ ବ୍ରାଣ୍ଡ ଲଗାଇ ଚାଲିଥିଲା ନକଲି ଜୋତା ବିକ୍ରି ଯାହାକୁ ନେଇ ଚଢ଼ାଉ କରିଛି ପୁଲିସ୍ । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ନକଲି ଜୋତା ଜବତ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଯୋଗ୍ୟ; ଭୁବନେଶ୍ୱରରେ ଦାମୀ ବ୍ରାଣ୍ଡ Crocs ଜୋତାର ନକଲି ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ଜୋତାକୁ ନେଇ ବାରମ୍ବାର ଅଭିଯୋଗ ହେବା ପରେ କମ୍ପାନୀର ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ଆସିଥିଲା । ଜନପଥର ଅଶୋକ ନଗରରେ ଥିବା ଷ୍ଟାଇଲ ସୁ କୁ କମ୍ପାନୀ ପ୍ରତିନିଧି ଦଳ ଗ୍ରାହକ ସାଜି ଯାଇଥିଲେ । ଜୋତା କିଣିବା ପରେ ଏହା ନକଲି ବୋଲି ଜଣାପଡିଥିଲା । ପରେ ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଟିମ ସେଠାରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି କ୍ରସ୍ କମ୍ପାନୀ ଜୋତା ଜବତ କରାଯାଇଛି । ପୋଲିସ ଜୋତା ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । Post navigation ଯାଜପୁରରେ କଲେରା ପଜିଟିଭ ଚିହ୍ନଟ ରଜ ପର୍ବରେ ଯାଜପୁରରେ ଭୋଜି ମନା, କଲେରା ଚିହ୍ନଟ ଯୋଗୁଁ ଜିଲ୍ଲା ପ୍ରଶାସନର ପରାମର୍ଶ