ଆଜି ବିଧାନସଭା ଘେରିବାକୁ ବାହାରିଲା କଂଗ୍ରେସ। ବିଧାନସଭା ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ଲଗାତର ଦୁଇ ଦିନ ବିଧାନସଭା ଭିତରେ ଓ ବାହାରେ ହଙ୍ଗାମା ପରେ ଆଜି କଂଗ୍ରେସର ଆନ୍ଦୋଳନ । ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ ଏଥିଲାଗି ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଏହି ପଦଯାତ୍ରାରେ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ହଜାର ହଜାର କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି । ଏହାରି ଭିତରେ କଂଗ୍ରେସ ନେତା ମାନସ ଚୌଧୁରୀ ଅଟକ ରଖିଛି ପୋଲିସ। ଘରୁ ମାନସ ଚୌଧୁରୀଙ୍କୁ ଉଠାଇ ନେଲା ପୋଲିସ । Post navigation ବିଧାନସଭା ଘେରାଉ ପାଇଁ ଆରମ୍ଭ ହେଲା କଂଗ୍ରେସର ପଦଯାତ୍ରା କଂଗ୍ରେସ ଓ କଂଗ୍ରେସ ନେତା ଆତ୍ମସମୀକ୍ଷା କରନ୍ତୁ: ମନମୋହନ ସାମଲ