ଆସନ୍ତା ୯ ତାରିଖରେ ବାରବାଟୀରେ ହେବାକୁଥିବା ଦିନିକିଆ ମ୍ୟାଚ୍ ପାଇଁ ଟିକେଟ୍ ନ ପାଇ କ୍ରିକେଟ ପ୍ରେମୀମାନେ ଭିତରେ ଅସନ୍ତୋଷ ଦେଖାଯାଉଥିବା ବେଳେ ଟିକେଟ କଳାବଜାରୀ ହେଉଥିବା ଖବର ଏବେ ସାମ୍ନାକୁ ଆସିଛି। ଟିକେଟ୍ ପାଇଁ ମୂଲଚାଲ ଚାଲିଥିବାବେଳେ ମାଡ଼ି ବସିଥିଲେ ସାଦା ପୋଷାକଧାରୀ ପୋଲିସ । ଟିକେଟ କଳାବଜାରୀ କରିଥିବା ୫ ଜଣ ଯୁବକଙ୍କୁ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ; ଟିକେଟକୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଚଢ଼ା ଦରରେ କିଛି ଲୋକ ବିକ୍ରି କରୁଥିବା ଅଭିଯୋଗ ହେବା ପରେ ଆଜି ପୋଲିସ ସାଦା ପୋଷାକରେ କିଛି ଦଲାଲଙ୍କ ସହିତ ଟିକେଟ୍ ପାଇଁ ମୂଲଚାଲ କରିଥିଲା । ୧୧୦୦ ଟଙ୍କାର ଟିକେଟକୁ ୫ ରୁ ୬ ହଜାର ଟଙ୍କାରେ ବିକ୍ରି କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ପୋଲିସ ୪ ଜଣଙ୍କୁ ଅଟକ ରଖିଛି । କିନ୍ତୁ ସେମାନଙ୍କଠାରୁ ପୋଲିସକୁ ଟିକେଟ୍ ମିଳି ନ ଥିବା ଜଣାପଡ଼ିଛି । ସମସ୍ତଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । Post navigation ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ଚାଲିଛି ଆୟୁଷ୍ମାନ କାର୍ଡ଼ ଛପା; ଯୋଜନାରେ ସାମିଲ ହେବେ ସାଢ଼େ ୩ କୋଟି ଲୋକ: ସ୍ୱାସ୍ଥ୍ୟ ମନ୍ତ୍ରୀ