ଜିରୋ ନାଇଟ ସେଲିବ୍ରେସନ ପାଇଁ ଟ୍ବିନ ସିଟିରେ କଡ଼ାକଡ଼ି ହେଲା ନିୟମ । ଜିରୋ ନାଇଟ ସେଲିବ୍ରେସନ ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ନିୟମ ଭିତରେ ରହିବେ ବାର, ହୋଟେଲ, କ୍ଳବ ଓ ଇଭେଣ୍ଟ ଅର୍ଗନାଇଜର । ଜିରୋ ନାଇଟ୍ରେ ମଦ ପିଇ ଗାଡ଼ି ଡ୍ରାଇଭ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି କେହି ଅମାନିଆ ହୁଅନ୍ତି ଗାଡ଼ି ସିଜ୍ ସହ କୋର୍ଟ ଚାଲାଣ କରାଯିବା ନେଇ ଚେତାବନୀ ଦେଇଛନ୍ତି ଟ୍ବିନ୍ ସିଟି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ । ସେ କହିଛନ୍ତି ସେଲିବ୍ରେସନରେ ଚାଲିବନି ହିରୋଗିରି, ନିଶା ଖାଇ ଧରାପଡ଼ିଲେ, ଥାନାରେ କଟିବ ନୂଆବର୍ଷ ରାତି । ପୋଲିସ ନୂତନ ବର୍ଷ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ହୋଟେଲ, କ୍ଲବ ଏବଂ ପ୍ରତିଷ୍ଠାନଗୁଡ଼ିକୁ ଚିହ୍ନଟ କରିବେ ଏବଂ ପ୍ରତ୍ୟେକ ସ୍ଥାନର ପ୍ରକୃତି, ସମୟ ଏବଂ କ୍ଷମତା ବିଷୟରେ ବିବରଣୀ ସଂଗ୍ରହ କରିବେ। ପ୍ରଭାରୀ-ନିରୀକ୍ଷକମାନେ ଅନୁମତି ଯାଞ୍ଚ କରିବେ, କାର୍ଯ୍ୟକ୍ରମ ବିବରଣୀ ନିଶ୍ଚିତ କରିବେ ଏବଂ ଆଶାୟୀ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ଯାଞ୍ଚ କରିବେ। ପୋଲିସ ଉତ୍ସବ ସ୍ଥାନ, ସଂଯୋଗକାରୀ ରାସ୍ତା ଏବଂ ପାର୍କ, ରେଷ୍ଟୁରାଣ୍ଟ, କଲେଜ ଏବଂ ବସ୍ତି ଅଞ୍ଚଳ ସମେତ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଘନିଷ୍ଠ ପାଟ୍ରୋଲିଂ କରିବ। ଅଧିକାରୀମାନେ ମହିଳା ଏବଂ ପିଲାମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବେ। ଜିରୋ ନାଇଟ୍ ପାଇଁ ୧୮ଟି ସ୍ଥାନରେ ଲାଗିବ ନାକା ଓ ୨୯ଟି ସ୍ଥାନ ଉପରେ ରହିବ ନଜର ରହିବ ଏହା ସହ ଜିରୋ ନାଇଟ୍ରେ ରାତି ୧୨ଟା ପରେ ମ୍ୟୁଜିକ୍ ମନା କରାଯାଇଛି। ରାତି ୧୨ଟା ୩୦ରୁ ଚେକିଂ କଡାକଡି କରାଯିବ। ସୁରକ୍ଷା ପାଇଁ ରାଜଧାନୀରେ ମୁତୟନ ହେବେ ୧୮ ପ୍ଲାଟୁନ ଫୋର୍ସ । ଭୁବନେଶ୍ୱରର ୧୮ଟି ସ୍ଥାନରେ ବ୍ଲକିଂ, ଚେକିଂ କଡାକଡି ହେବ। ସୁରକ୍ଷା ତଦାରଖ କରିବେ ୨୯ଟି ୱାଚ ପାଟ୍ରୋଲିଂ ଟିମ୍ । ୫ଟି କ୍ୟୁଆରଟି ଟିମ୍ ବିଭିନ୍ନ ସ୍ଥାନରେ ପଇଁତରା ମାରିବେ । ଏହାସହ ୫ଟି ଟୁରିଷ୍ଟ ଲୋକେସନରେ ପୋଲିସ ପ୍ରହରା ଦେବ । ୩୧ ତାରିଖ ଅପରାହ୍ନରୁ ସମ୍ବେଦନଶୀଳ ଜାଗାରେ ପୋଲିସ ପଇଁତରା ମାରିବ । Post navigation Congress Protest Outside TPCODL Office: ଭୁବନେଶ୍ବର TPCODL କାର୍ଯ୍ୟାଳୟକୁ ଘେରିଲା କଂଗ୍ରେସ Pragyapan Medha: ଦିଲ୍ଲୀ ପରେଡ୍ରେ ସାମିଲ ହେବ ଓଡ଼ିଶା ପ୍ରଜ୍ଞାପନ ମେଢ଼