ବ୍ରହ୍ମପୁରରେ ନକଲି ଡାକ୍ତରକୁ ଗିରଫ କରିଛି ଟାଉନ ଥାନା ପୁଲିସ । ଗିରଫ ଡାକ୍ତର ଜଣକ ହେଲେ ପଶ୍ଚିମବଙ୍ଗର ଡ. ଉତ୍ପଲ ବାଲା ସେ ସିଟି ହସ୍ପିଟାଲ ନିକଟରେ କ୍ଲିନିକ୍ କରିଥିଲେ । ଅଭିଯୋଗ ହେବା ପରେ ଟାଉନ ଥାନା କେସ ନଂ ୩୩୪ରେ ଗୁରୁବାର ନକଲି ଡାକ୍ତରଙ୍କୁ ଗିରଫ କରିଛି। ଅଭିଯୋଗ ହେବା ପରେ ପୁଲିସ ଉକ୍ତ କ୍ଲିନିକ୍ ରେ ପହଞ୍ଚି ଚଢ଼ାଉ କରି ଉପରୋକ୍ତ ଡାକ୍ତରକୁ ଗିରଫ କରିଛି । ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି। ପୋଲିସ ଏହି ନକଲି ଆର୍ୟୁବେଦିକ ଡାକ୍ତରଙ୍କ କ୍ଲିନିକରୁ ବିଭିନ୍ନ କମ୍ପାନୀର ଆୟୁର୍ବେଦିକ ଔଷଧ, ଚେରମୂଳୀ, ଷ୍ଟେଥୋସ୍କୋପ, ପାଇଲ୍ସ ଅପରେସନ ବେଳେ ବ୍ୟବହୃତ ସରଞ୍ଜାମ, ତାଙ୍କ ନାମରେ ଥିବା ଡାକ୍ତରୀ ନୋଟପ୍ୟାଡ୍, କ୍ଲିନିକ ଓ ନକଲି ଡାକ୍ତର ନାଁରେ ଲଗାଯାଇଥିବା ସାଇନବୋର୍ଡ, ବଙ୍ଗାଳି ଭାଷାରେ ଲେଖାଥିବା ୩ଟି ଆୟୁର୍ବେଦିକ ଚିକିତ୍ସା ପୁସ୍ତକ ଆଦି ଜବତ କରିଛି। ସୂଚନା ଅନୁଯାୟୀ, କନ୍ଧମାଳର କୋଟଗଡ ନିକଟ ସଲକିଗୁଡାବାଡର ଜଣେ ଯୁବକଙ୍କ ମଳକଣ୍ଟକ ରୋଗ ଥିବାରୁ ସେ ଗତମାସରେ କ୍ରିଷ୍ଣା ପାଇଲ୍ସ କ୍ଲିନିକୁ ଚିକିତ୍ସା କରାଇବାକୁ ଆସିଥିଲେ । ମଳକଣ୍ଟକରୁ ଭଲ କରିଦେବ ପାଇଁ ଉତ୍ପଲ ବାଲା ତାଙ୍କଠାରୁ ୧୨ ହଜାର ଟଙ୍କା ନେଇଥିଲେ। ଯେତେବେଳେ ଏହି ରୋଗରୁ ମୁକ୍ତି ପାଇଲେ ନାହିଁ, ସେ ପୁନର୍ବାର କ୍ଲିନିକ୍ ପରିଦର୍ଶନ କରିଥିଲେ। ଅଧିକ ଚିକିତ୍ସା ପାଇଁ ନକଲି ଡାକ୍ତର ଉତ୍ପଲ ଆଉ ୧୨ ହଜାର ଟଙ୍କା ମାଗିଥିଲା। ଡାକ୍ତରଙ୍କୁ ସନ୍ଦେହ କରି ରୋଗୀ ଜଣକ ପୁଲିସ ରେ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଥିଲେ । ତଦନ୍ତରୁ ପଡ଼ିଥିଲା ବ୍ରହ୍ମପୁର ରମ୍ପା ସାହିରେ ଘର ଭଡାରେ ରହୁଥିବା ବେଳେ ମିତ୍ରା ସାହିରେ କ୍ଲିନିକ ଚଳାଉଥିଲେ ଡ. ଉତ୍ପଲ ବାଲା। ଅଷ୍ଟମ ଶ୍ରେଣୀ ଫେଲ ଥିବା ଉତ୍ପଳା ୪ ବର୍ଷ ପୂର୍ବେ ବିଶାଖାପାଟଣାର ଏକ ହୋଟେଲରେ ହୋଟେଲ ବୟ ଏବଂ ଖାଦ୍ୟ ପରଷିବା କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ୨୦୧୯ ମସିହାରେ ବ୍ରହ୍ମପୁରକୁ ଆସି ରମ୍ପା ସାହିରେ ଘର ଭଡା ନେଇ ରହୁଛନ୍ତି। କ୍ରିଷ୍ଣା ପାଇଲସ କ୍ଲିନିକ, ସେକସୁଆଲ ହେଲଥ କ୍ଲିନିକ, ଗୁପ୍ତ ରୋଗ ଚିକିତ୍ସାଳୟ ବିଭିନ୍ନ ନାମରେ କ୍ଲିନିକ ବୋର୍ଡ ଲଗାଇ ଲୋକଙ୍କୁ ଚିକିତ୍ସା କରି ଠକୁଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ଡା. ବି. ଉତ୍ପଳା, ବି. ଏ. ଏମ. ଏସ ଲେଖା ଥିବା ସାଇନିଂ ବୋର୍ଡ ଲଗାଇ ଡାକ୍ତର ପରିଚୟ ଦେଇ ଚିକିତ୍ସା କରୁଥିଲେ। କୌଣସି ମେଡିକାଲ ଚିକିତ୍ସା ଯୋଗ୍ୟତା କି କୌଣସି ମେଡିକାଲ ପଞ୍ଜିକରଣ ନଥାଇ ବିନା ପଞ୍ଜିକରଣରେ ଚିକିତ୍ସା କରୁଥିଲେ। କେହି ଜଣେ ଉତ୍ପଲଙ୍କ ନାଁରେ ଅଭିଯୋଗ କରିବା ପରେ ଆଜି ପୁଲିସ ପକ୍ଷରୁ ତାଙ୍କ କ୍ଲିନିକ୍ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କଠାରୁ ବହୁ ଆୟୁର୍ବେଦିକ ଔଷଧ ସହିତ ଅପରେସନରେ ବ୍ୟବହୃତ କଇଁଚି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। Post navigation ବିଜେପି ଜିଲ୍ଲାପରିଷଦ ସଦସ୍ୟଙ୍କୁ ଦୁର୍ବ୍ୟବହାର ଘଟଣା: ୨୪ ଘଣ୍ଟାରେ ତଦନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ପାରାଦ୍ବୀପ ପ୍ରଗତିର ମୁଖଶାଳା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ