ରାଜଧାନୀରେ ଉଗ୍ର ହେଲା କଂଗ୍ରେସର ବିକ୍ଷୋଭ । କଂଗ୍ରେସ କର୍ମୀଙ୍କ ଗର୍ଜନରେ ଫାଟି ପଡୁଛି ପୁରା ଲୋୟର ପିଏମଜି । ବ୍ୟାରିକେଡ ଭାଙ୍ଗିବା ସମୟରେ ମୁହାଁମୁହିଁ ହେଲେ ପୋଲିସ ଓ କଂଗ୍ରେସ କର୍ମୀ । ପରିସ୍ଥିତି ଅଣାୟତ୍ତ ହେବାରୁ ଲାଠିଚାର୍ଜ କରିଥିଲା ପୋଲିସ । ପୋଲିସ ଉପରକୁ କଂଗ୍ରେସକର୍ମୀ ମାନେ ପଥରମାଡ଼ କରିଥିଲେ । ଲୋୟର ପିଏମଜିରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବାରୁ କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବାକୁ ପାଣିମାଡ଼ କରିଥିଲେ ପରେ ଟିୟର ଗ୍ୟାସ ମଧ୍ୟ ଛଡାଯାଇଛି । ତଥାପି କଂଗ୍ରେସ କର୍ମୀମାନେ ଭୟଭୀତ ନହୋଇ ପୋଲିସ ତରଫରୁ କରାଯାଇଥିବା ବ୍ୟାରିକେଡକୁ ଭାଙ୍ଗି ଆଗକୁ ମାଡି ଚାଲିଛି ।

କଂଗ୍ରେସ କର୍ମୀଙ୍କ ପକ୍ଷରୁ ପ୍ରତିବାଦ ଜାରି ରହିଥିବା ବେଳେ ବଡ଼ ବଡ଼ ନେତାଙ୍କୁ ଗିରଫ କରିଛି ପୋଲିସ । ଲୋୟର ପିଏମଜିରୁ ପିସିସି ସଭାପତି ଭକ୍ତ ଦାସ, ବିଧାୟକ ତାରାବାହିନୀ ପତି,ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଏବଂ ମହମ୍ମଦ ମୋକିମ ସମେତ ଅନ୍ୟ କର୍ମଚାରୀମାନଙ୍କୁ ମଧ୍ୟ ପୁଲିସ୍ ଉଠାଇ ନେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *