ସବୁ ସହରାଞ୍ଚଳକୁ ପାଇପ୍ ନ୍ୟାଚୁରାଲ୍ ଗ୍ୟାସ୍ (ପିଏନ୍ଜି) ସଂଯୋଗ ଯୋଗାଇ ଦିଆଯିବ । ଏ ନେଇ ତୈଳ କମ୍ପାନୀ ସହ ବୈଠକ ପରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ପିଏନ୍ଜି ସଂଯୋଗ ଥିବା ଗ୍ରାହକଙ୍କୁ ଆଗାମୀ ଦିନରେ ଏଲ୍ପିଜି ସିଲିଣ୍ଡର ଯୋଗାଣ ମିଳିବ ନାହିଁ। ସହରାଞ୍ଚଳରେ ୩ ମାସ ମଧ୍ୟରେ ପିଏନ୍ଜି ସଂଯୋଗ ଯୋଗାଇ ଦିଆଯିବ । ସ୍ଥାୟୀ ବାସିନ୍ଦାଙ୍କ ସହ ଭଡ଼ାରେ ରହୁଥିବା ବ୍ୟକ୍ତି ବି ସୁବିଧା ପାଇବେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସହରାଞ୍ଚଳରେ ପିଏନ୍ଜି ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର ଓ ପୁରୀରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସିଲିଣ୍ଡର ଉପରେ ନିର୍ଭରଶୀଳତା ହ୍ରାସ କରିବା ସହିତ ଅଧିକ ନିର୍ଭରଯୋଗ୍ୟ, କମ ଖର୍ଚ୍ଚ ଏବଂ ସୁବିଧାଜନକ ରୋଷେଇ ଗ୍ୟାସ ଯୋଗାଣ। ସେହିପରି ଗ୍ରାମାଞ୍ଚଳ ପାଇଁ ଏଲ୍ପିଜି ସିଲିଣ୍ଡର ଯୋଗାଣ ପୂର୍ବପରି ଜାରି ରହିବ । ଗ୍ୟାସ୍ କଳାବଜାରୀ ରୋକିବାକୁ ଇ-କେୱାଇସି ବ୍ୟବସ୍ଥା ଆପଣାଯିବ । ଇ-କେୱାଇସି ସରିଗଲେ କେହି ଆଉ କାହା ନାଁରେ ଗ୍ୟାସ୍ ନେଇପାରିବେନି । ଏହା ଦ୍ୱାରା ଗ୍ୟାସ୍ କଳାବଜାରୀ ଓ ଅବୈଧ ବ୍ୟବହାରକୁ ରୋକିବା ସମ୍ଭବ ହେବ। ସରକାରଙ୍କ ଏହି ପଦକ୍ଷେପ ଗ୍ୟାସ୍ ବ୍ୟବସ୍ଥାରେ କଳାବଜାରୀ ରୋକିବା ସହିତ ଭବିଷ୍ୟତରେ ଉପଭୋକ୍ତାଙ୍କୁ ଅଧିକ ସୁବିଧା ଯୋଗାଇବ ବୋଲି ଆଶା କରାଯାଉଛି। Post navigation Paddy Procurement: ଚାଷୀମାନଙ୍କର ସବୁ ଧାନ ଉଠାଇବେ ରାଜ୍ୟ ସରକାର: ପ୍ରଦୀପ ବଳ ସାମନ୍ତ Kanya Sumangala Yojana: ଖୁବ୍ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଏସ୍ଓପି: ପ୍ରଭାତୀ ପରିଡ଼ା