ରାଜ୍ୟର ପ୍ରଥମ ଭାରତୀୟ ଜନତା ପାର୍ଟି ସରକାରରେ କିଛି ମନ୍ତ୍ରୀ ଲଗାତାର ବିବାଦୀୟ ବୟାନ ଦେଇଆସୁଛନ୍ତି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମୋହନଚରଣ ମାଝୀ ଅଧିକ ବିବ୍ରତ । କିନ୍ତୁ ତା’ଠୁ ଅଧିକ ଚିନ୍ତିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଅନେକ ମନ୍ତ୍ରୀ ଶୃଙ୍ଖଳା ମାନିବାକୁ ନାରାଜ । ଏହି ସବୁ ମନ୍ତ୍ରୀମାନଙ୍କର ଜଣେ ଧର୍ମପିତା ଦିଲ୍ଲୀରେ ବସିଥିବାରୁ ଓଡ଼ିଶାରେ ପ୍ରଶାସନିକ ଅସଙ୍ଗତି ସୃଷ୍ଟି ହେଲାଣି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ଏକ ବିବାଦୀୟ ବିବୃତିକୁ ନେଇ ଚିନ୍ତା ପ୍ରକଟ କରିଥିବା ଅତ୍ୟନ୍ତ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ତେବେ ଭାରତୀୟ ଜନତା ପାର୍ଟିର କୌଣସି ରାଜ୍ୟ ନେତା ଏହାକୁ ନେଇ ମୁହଁ ଖୋଲିବାକୁ ନାରାଜ । ଆଉ ଦୁଇଦିନ ପରେ ୨୦୨୪ ପୁରୁଣା ହୋଇଯିବ। ବୁଧବାର ନୂଆବର୍ଷ ୨୦୨୫ ଚାଲୁ ହୋଇଯିବ। ୨୦୨୪ରେ ଓଡ଼ିଶାର ଜନତା ଏକ ଚମତ୍କାର ନିଷ୍ପତି ସରୂପ ୨୪ ବର୍ଷର ଏକ ଅହଂକାରୀ ଦଳକୁ କ୍ଷମତାରୁ ହଟାଇ ଦେଇଥିଲେ । ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢ଼ିଲା। କିନ୍ତୁ କିଛି ମନ୍ତ୍ରୀ ଆରମ୍ଭରୁ ବିବାଦୀୟ ମନ୍ତବ୍ୟ ଦେଇ ସରକାରଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ମନ୍ତବ୍ୟକୁ ନେଇ ବିସ୍ତୃତ ଏବଂ ଚିତ୍ତିତ ତାହା ହେଲା ଗୋମାଂସ ରପ୍ତାନୀ ସଂକ୍ରାନ୍ତ । ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଡିସେମ୍ବର ପ୍ରଥମ ସପ୍ତାହରେ କହିଥିଲେ ଯେ ରାଜ୍ୟରେ ଗାହତ୍ୟା ନିଷେଧ କରିବା ପାଇଁ ରାଜ୍ୟ ସରକାର ଏକ ଆଇନ ଆଣିବା ଲାଗି ଗୁରୁତର ସହ ଚିନ୍ତା କରୁଛନ୍ତି । ଏହି ଖବରଟି ଜାତୀୟ ମାଧ୍ୟମରେ ମଧ୍ୟ ପ୍ରକାଶିତ ହୋଇଥିଲା । ଏଭଳି ନିଷ୍ପତି ବାବଦରେ ମଖ୍ୟମନ୍ତ୍ରୀ କହିପାରିଥାନ୍ତେ । ଏଧରଣର କୌଣସି ପ୍ରସ୍ତାବ ରାଜ୍ୟସରକାରଙ୍କର ବିଚାରରେ ଅଛି କି ବୋଲି ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁଥିବା ସୂଚନା ମିଳିଛି । କ୍ୟାବିନେଟରେ ଆ ଆଲୋଚନା ହୋଇନାହିଁ । ଏବାବଦରେ ସଂଘ ନେତାମା ନେ ଦାବି ମଧ୍ୟ ଉଠାଇ ନାହାନ୍ତି, ଦଳ ତରଫରୁ ଏଭଳି ପ୍ରସ୍ତାବ ସରକାରଙ୍କୁ ଦିଆଯାଇ ନାହିଁ । କି କିନ୍ତୁ ଆଇନ ମନ୍ତ୍ରୀ ଏହାକୁ ବାହାରେ ପ୍ରକାଶ କଲେ କେମିତି ? Post navigation ଇଂରାଜୀ ନୂଆବର୍ଷ ପାଇଁ ପୁରୀ ଶ୍ରୀମନ୍ଦିରରେ ଦର୍ଶନ କଟକଣା ‘ଦି ସାଗା ଅଫ୍ କୁଦୋପାଲି: ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭’