ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧୪ତମ ମନ କି ବାତ ଅଧ୍ୟାୟରେ ଦେଶବାସୀଙ୍କ ସହ କଥା ହେଉଛନ୍ତି। ଏହି ଅବସରରେ ମାତୃଭାଷାକୁ ନେଇ ମୟୂରଭଂଜ ଜିଲ୍ଲାର ଉଦାହରଣ ଦେଲେ ମୋଦି। ସାନ୍ତାଳି ଭାଷା ପାଇଁ ମୟୂରଭଂଜ ଯୁବକଙ୍କ ଅବଦାନ କଥା ମୋଦି କହିଲେ। ନିଜ ମାତୃଭାଷା ପାଇଁ ରାମ୍‌ଜିତ୍ ଟୁଡୁ ଦେଶ ଓ ନିଜ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସାନ୍ତାଳି ଭାଷାକୁ ଡିଜିଟାଲାଇଜେସନ୍ କରିପାରିଛନ୍ତି ରାମଜିତ୍। ତାଙ୍କ ଉଦ୍ୟମ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସାନ୍ତାଳି ଭାଷା ପହଞ୍ଚିଛି। ରାମଜିତଙ୍କ ପାଇଁ ସାନ୍ତାଳି ଭାଷା ପଢ଼ିବା ସହ ଲେଖାଯାଇପାରୁଛି ବୋଲି କହିଥିଲେ।

ସୂଚନାଯୋଗ୍ୟ, ମନ କି ବାତ୍‌କୁ ୧୦ ବର୍ଷ ପୂରଣ ହେବାକୁ ଯାଉଛି। ୩ ଅକ୍ଟୋବରରେ ମନ କି ବାତ୍‌ କାର୍ଯ୍ୟକ୍ରମକୁ ୧୦ ବର୍ଷ ପୂରଣ ହେବ। ସ୍ବଚ୍ଛ ଭାରତ ମିଶନ ସଫଳତାକୁ ନେଇ ମୋଦି ଶୁଭେଚ୍ଛା ଜଣାଇଲେ। ସ୍ବଚ୍ଛ ଭାରତ ମିଶନ ଅଭିଯାନକୁ ମଧ୍ୟ ୧୦ ବର୍ଷ ପୂରଣ ହେବାକୁ ଯାଉଛି। ଆମେରିକା ୩୦୦ କଳାକୃତି ଫେରସ୍ତ କରିଥିବା ମୋଦି କହିଛନ୍ତି।

Leave a Reply

Your email address will not be published. Required fields are marked *