ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ଶତବାର୍ଷିକୀ ସମାରୋହ ଉପଲକ୍ଷେ ଦିଲ୍ଲୀର ଡକ୍ଟର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି ।
 
ଏହି ଅବସରରେ ଦେଶ ପ୍ରତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅବଦାନ ପାଇଁ ଏକ ସ୍ଵତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା ସ୍ମାରକୀ ଡାକଟିକେଟ ଓ ମୁଦ୍ରା ଉନ୍ମୋଚନ କରିଛନ୍ତି ।
 
କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦି ସମାବେଶକୁ ସମ୍ବୋଧିତ କରି ଦେଶ ଗଠନରେ RSSର ଭୂମିକାକୁ ପ୍ରଶଂସା କରିଛନ୍ତି । ଶହେ ବର୍ଷରେ ସଂଘ ସମାଜର ସବୁ କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଛି । ସଂଘର ଏକମାତ୍ର ଲକ୍ଷ୍ୟ ହେଉଛି ରାଷ୍ଟ୍ର ପ୍ରଥମ । ବ୍ୟକ୍ତି ନିର୍ମାଣରୁ ରାଷ୍ଟ୍ର ନିର୍ମାଣ ସଂଘର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମୋଦି କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *