ପଞ୍ଜାବର ଆଦମପୁର ଏୟାରବେସରେ ଯବାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ-ପାକିସ୍ତାନ ଯୁଦ୍ଧବିରତି ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଞ୍ଜାବସ୍ଥିତ ଆଦମପୁର ବାୟୁସେନା ଏୟାରବେସରେ ପହଁଚିଛନ୍ତି । ପ୍ରଧାନମନ୍ତ୍ରୀ ଯବାନଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ବିତାଇବା ସହିତ ମନୋବଳ ବଢ଼ାଇଛନ୍ତି । ଯବାନଙ୍କ ସହିତ ସମୟ ବିତାଇବା ସହିତ ଫଟୋ ଉଠାଇଛନ୍ତି । ଏହା ସହ ଜବାବୀ ହମଲା ନେଇ ମୋଦିଙ୍କୁ ସବିଶେଷ ତଥ୍ୟ ଦେଇଛନ୍ତି ଏୟାରଫୋର୍ସ ଅଧିକାରୀ । ପାକିସ୍ତାନ ସେନା ୪ଟି ଏୟାରବେସ ଉଧମପୁର, ପଠାନକୋଟ, ଆଦମପୁର, ଏବଂ ଭୁଜକୁ ଆକ୍ରମଣ ଉଦ୍ୟମ କରିଥିଲା । କିନ୍ତୁ ତାର ଟାର୍ଗେଟରେ ସଫଳ ହୋଇନଥିଲା । ଅପରେସନ୍ ସିନ୍ଦୂରବେଳେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ଦାବି କରିଥିଲା ଯେ ଆଦମପୁର ଏୟାରବେସକୁ ତାର ମିସାଇଲ ଦ୍ୱାରା କ୍ଷତିଗ୍ରସ୍ତ କରିଛି । ଯାହାକି ଏକ ମିଥ୍ୟା ଅପପ୍ରଚାର ଥିଲା । ପାକିସ୍ତାନ କହିଥିଲା ଯେ ମେ ୯-୧୦ ତାରିଖ ରାତିରେ ଯେଏଫ୍-୧୭ (JF-17)ଫାଇଟର୍ ଜେଟ୍ ଦ୍ୱାରା ଦ୍ରୁତଗାମୀ ମିସାଇଲ୍ ରେ ଆଦମପୁରରେ ବାୟୁ ପ୍ରତିରକ୍ଷା ସିଷ୍ଟମ୍ ଏସ୍-୪୦୦କୁ କ୍ଷତି ଗ୍ରସ୍ତର କରିଛି । କିନ୍ତୁ ସେପରି କିଛି ଘଟି ନ ଥିଲା । ଭାରତ ପ୍ରତିରକ୍ଷା ସିଷ୍ଟମ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା । Post navigation ୧୫ସୁଦ୍ଧା ପିଏମ୍ ଆବାସ ପଞ୍ଜୀକରଣ ପ୍ରକାଶ ପାଇଲା ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ