ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଆଜି ୟୁକ୍ରେନର ରାଜଧାନୀ କିଭିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ବତନ୍ତ୍ର ଟ୍ରେନ ଯୋଗେ ପୋଲାଣ୍ଡରୁ ୟୁକ୍ରେନ ପହଞ୍ଚିଛନ୍ତି  ମୋଦୀ। ପହଞ୍ଚିବା ପରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି ଭରତର ପ୍ରଧାନମନ୍ତ୍ରୀ ମୋଦୀ । କିଭ୍‌ରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ସାକ୍ଷାତ ହେବା ସହ ଦୁଇ ଦେଶର ବିଭିନ୍ନ ବିଷୟରେ ଆଲୋଚନା ହୋଇଥିବା ସୂଚନା । ଏହା ସହ ଋଷ-ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ନେଇ ଚର୍ଚ୍ଚା ।

୧୯୯୨ରେ ଭାରତ ଏବଂ ୟୁକ୍ରେନ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବ। ରୁଷିଆ ସହିତ ଚାଲିଥିବା ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ସମଗ୍ର ବିଶ୍ୱର ନଜର ରହିଛି।

Leave a Reply

Your email address will not be published. Required fields are marked *