ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ।  ‘ଅପରେସନ୍ ସିନ୍ଦୂର’ ପରେ ଏହା ମୋଦିଙ୍କ ପ୍ରଥମ ସମ୍ବୋଧନ। NSA, CDS, ତିନି ସେନା ମୁଖ୍ୟଙ୍କ ସହ ସରିଛି ଆଲୋଚନା। ଅପରେସନ ସିନ୍ଦୂର ସମ୍ପର୍କରେ କିଛି ସୂଚନା ଦେଇପାରନ୍ତି । ମୋଦିଙ୍କ ସମ୍ବୋଧନ ଉପରେ ସାରା ଦେଶଚର ନଜର ରହିଛି ।

ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଉତ୍ତେଜନା ଆରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀ ନିରନ୍ତର ସକ୍ରିୟ ଅଛନ୍ତି। ଅପରେସନ ସିନ୍ଦୂର ପରେ, ସେ ନିରନ୍ତର ବୈଠକ କରୁଥିଲେ। ଅପରେସନ ସିନ୍ଦୁରର ଚାରି ଦିନର ଉତ୍ତେଜନା ପରେ ଶନିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ଏହା ପରେ ସୀମାରେ ଉତ୍ତେଜନା ହ୍ରାସ ପାଇଛି। ତେବେ ଏହାର ଉପରେ ଆଜି ରାତି ୮ଟା ରେ ଅପରେସନ ସିନ୍ଦୁର ଉପରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ତେବେ ଏହି ସମ୍ବୋଧନାରେ ପ୍ରଧାନମନ୍ତ୍ରୀ କଣ କହିବେ ଏବେ ଏହାରି ଉପରେ ସଭିଙ୍କ ନଜର ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ବୋଧନ ଦେଶର ସୁରକ୍ଷା ପରିସ୍ଥିତି, ଅପରେସନର ସଫଳତା ଏବଂ ଆଗାମୀ ପଦକ୍ଷେପ ଉପରେ ଆଲୋକପାତ କରିବ ବୋଲି ଆଶା କରାଯାଉଛି।

ସୂଚନା ଯୋଗ୍ୟ; ଅପରେସନ ସିନ୍ଦୁର ଅଧୀନରେ ଭାରତୀୟ ସେନା ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ନଅଟି ଆତଙ୍କବାଦୀ ସ୍ଥାନ ଉପରେ ଆକ୍ରମଣ କରି ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିହତ କରିଛି।

Leave a Reply

Your email address will not be published. Required fields are marked *