PM Modi Pays Tribute To Sardar Patel on his 150th birth anniversary

ଆଜି ହେଉଛି “ଲୌହ ମାନବ” ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ । ଏହାକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି । ଏହି ଅବସରରେ ଗୁଜୁରାଟର କେୱାଡିଆରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଆଜି ଗୁଜରାଟ ଏକତା ନଗରରେ ଭବ୍ୟ ପରେଡ୍ ଆୟୋଜନ କରାଯାଇଥିଲା । ଯେଉଁଥିରେ ପୋଲିସ, ବିଏସଏଫ, ସିଆରପିଏଫ ଯବାନ ମାନେ ଭାଗ ନେଇଥିଲେ ।

ଏହାସହ ବିଭିନ୍ନ କଳାନୈପୁଣ୍ୟର ପ୍ରଦର୍ଶିତ ହୋଇଥିଲା । ମୋଦି ଏହି ଅବସରରେ ଦେଶବାସୀଙ୍କୁ ଏକତାର ଶପଥ ପାଠ କରାଇଥିଲେ । ଏହାପରେ ଭବ୍ୟ ପରେଡ୍, ସାମରିକ କଳାକୌଶଳ, ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା । ସେହିପରି ଦେଶର ବିଭିନ୍ନ ପ୍ରାନ୍ତର ସାଂସ୍କୃତି ଓ ପରମ୍ପରାକୁ ନେଇ ସାଂସ୍କୃତି କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ ହୋଇଥିଲା ।

ପ୍ରତିବର୍ଷ ୩୧ ଅକ୍ଟୋବରରେ ଭାରତରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ । ସର୍ଦ୍ଦାର ବଲ୍ଲଭଭାଇ ପଟେଲ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନଥିଲେ ବରଂ ଜଣେ ରାଷ୍ଟ୍ର ନିର୍ମାତା ମଧ୍ୟ ଥିଲେ । ସ୍ୱାଧୀନ ଭାରତର ସେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ । ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ତାଙ୍କର ଅବଦାନ ପାଇଁ ତାଙ୍କୁ “ଲୌହ ମାନବ” ଉପାଧି ମିଳିଥିଲା ।

PM Modi Pays Tribute To Sardar Patel on his 150th birth anniversary

By Nirvay

Leave a Reply

Your email address will not be published. Required fields are marked *