PM Modi Meets World Cup-Winning Indian Women’s Cricket Team
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ବାସଭବନରେ ଆଇସିସି ମହିଳା ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ୍ ଦଳକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ବେଶ୍ ପ୍ରଶଂସା କରିଥିଲେ ।
 
ସାକ୍ଷାତ ସମୟରେ ସେ ଖେଳାଳିମାନଙ୍କ ସହିତ ଆଲୋଚନା କରିଥିଲେ । ଦଳର ଖେଳାଳିମାନେ ମୁଖ୍ୟ କୋଚ୍ ଅମୋଲ ମଜୁମଦାରଙ୍କ ସହ ମୁମ୍ବାଇରୁ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରେ ପହଞ୍ଚିଥିଲେ ।
 
ହରମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ରବିବାର ଦିନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ୱକପ୍ ଟ୍ରଫି ଜିତି ଇତିହାସ ରଚିଥିଲେ । ୫୨ ବର୍ଷର ମହିଳା କ୍ରିକେଟ୍ ବିଶ୍ବକପ୍ ଇତିହାସରେ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇ ଇତିହାସ ରଚିଛି ଟିମ ଇଣ୍ଡିଆ ।
 
କ୍ୟାପଟେନ୍ ହରମନପ୍ରୀତ କୌର ୨୦୧୭ ମସିହାରେ ପ୍ରଧାନମନ୍ତ୍ରୀଙ୍କୁ ଟ୍ରଫି ବିନା ଭେଟିଥିବା କଥା ମନେ ପକାଇଛନ୍ତି, ଏବଂ ଏବେ ସେମାନେ ତାଙ୍କୁ ଟ୍ରଫି ସହିତ ଭେଟିଥିବାରୁ, ସେମାନେ ତାଙ୍କୁ ଅଧିକ ଥର ଭେଟିବାକୁ ଚାହାଁନ୍ତି ବୋଲି କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *