pm modi-leads-international-day-of-yoga-from-visakhapatnam
ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇ ଯୋଗ ଦିବସର ନେତୃତ୍ୱ ନେଇଛନ୍ତି ।
 
ପ୍ରଧାନମନ୍ତ୍ରୀ ମୋଦି ବିଶାଖାପାଟଣା ବେଳାଭୂମିରେ ୩ ଲକ୍ଷ ଲୋକଙ୍କ ସହିତ ଏକ ସାମୁହିକ ଯୋଗ କାର୍ଯ୍ୟକ୍ରମର ନେତୃତ୍ୱ ନେଇଛନ୍ତି ।
 
ଯୋଗ ଦିବସ ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଯୋଗ ମାନବବାଦକୁ ଏକ ସୂତ୍ରରେ ବାନ୍ଧି ରଖିଥାଏ । ଏହାଦ୍ୱାରା ଜୀବନରେ ସନ୍ତୁଳନ ବଜାୟ ରଖିବା ସମ୍ଭବ ହୁଏ । ଯୋଗ ସମସ୍ତଙ୍କର ଓ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ।
pm modi-leads-international-day-of-yoga-from-visakhapatnam
 
ମୋଦି ପୁଣି କହିଛନ୍ତି ଯେ ଯେଉଁଦିନ ଭାରତ ଜାତିସଂଘରେ ପ୍ରସ୍ତାବ ଦେଇଥିଲା ଯେ ୨୧ ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ମାନ୍ୟତା ଦିଆଯିବା ଉଚିତ, ସବୁଠାରୁ କମ ସମୟ ମଧ୍ୟରେ ବିଶ୍ୱର ୧୭୫ଟି ଦେଶ ଏହି ପ୍ରସ୍ତାବ ସହିତ ଠିଆ ହୋଇଥିଲେ ।
 
ଚଳିତ ବର୍ଷ ଯୋଗ ଦିବସର ଥିମ୍ ହେଉଛି “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” (Yoga for One Earth, One Health)।
 

By Nirvay

Leave a Reply

Your email address will not be published. Required fields are marked *