ଦୁଇ ଦିନିଆ କୁଏତ ଗସ୍ତ ସମୟରେ ଶୁକ୍ରବାର ମିନା ଅବଦୁଲ୍ଲା ଅଞ୍ଚଳରେ ଥିବା । ଏକ ଶ୍ରମିକ କ୍ୟାମ୍ପକୁ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଭାରତୀୟ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ। ଏକାଠି ସେମାନଙ୍କ ସହ ବସି ଜଳଖିଆ ମଧ୍ୟ କରିଥିଲେ । ଶ୍ରମିକଙ୍କ ସହ ଆଲୋଚନାବେଳେ ପ୍ରଧାନମନ୍ତ୍ରୀ ଗଞ୍ଜାମର ବହୁଳ ବବୁଲଙ୍କ ସହ କଥାବାର୍ତ୍ତା ହେବା ସମୟରେ ପ୍ରଥମେ କହିଥିଲେ ଜୟ ଜଗନ୍ନାଥ । କୁଏତରେ ଆୟୋଜିତ ‘ହାଲା ମୋଦୀ’ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ମୋଦୀ କହିଛନ୍ତି ଯେ, ୨୦୨୫ ଜାନୁଆରୀରେ ଏଥର ଅନେକ ରାଷ୍ଟ୍ରୀୟ ଉତ୍ସବର ମାସ ହେବାକୁ ଯାଉଛି। ୮ ରୁ ୧୦ ଜାନୁଆରୀ ଭୁବନେଶ୍ଵରରେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ ହେବ । ମୁଁ ଆପଣ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରୁଛି। ଏହି ଯାତ୍ରାରେ ଆପଣ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇପାରିବେ ବୋଲି କହିଛନ୍ତି ମୋଦୀ । ଏହାପରେ ପ୍ରୟାଗରାଜରେ ମହକୁମ୍ଭ ଓ ଗଣତନ୍ତ୍ର ଦିବସ ସମାରୋହରେ ସାମିଲ୍ ହେବାକୁ ମଧ୍ୟ ସେ ପ୍ରବାସୀ ଭାରତୀୟଙ୍କୁ ଅପିଲ୍ କରିଛନ୍ତି। ଏଥିସହ କୁଏତୀ ବନ୍ଧୁଙ୍କୁ ସାଥିରେ ନେଇ ଭାରତ ବୁଲାଇବାକୁ ମଧ୍ୟ କହିଛନ୍ତି । ଏହି ସଂକ୍ଷିପ୍ତ କଥାବାର୍ତ୍ତାରେ ମୋଦୀ ଓଡ଼ିଆ ଶ୍ରମିକ, ତାଙ୍କ ଜନ୍ମସ୍ଥାନ, ଶିକ୍ଷା ଓ କୁଏତରେ କରୁଥିବା ଚାକିରି ସମ୍ପର୍କରେ ପଚାରି ବୁଝିଥିଲେ। ଭବ୍ୟ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ-୨୦୨୫ ଆୟୋଜନ ପାଇଁ ଓଡ଼ିଶାକୁ ସୁଯୋଗ ଦେଇଥିବାରୁ ବବୁଲ୍ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥି ଲେ । ଏହି କାର୍ଯ୍ୟକ୍ରମଦ୍ୱାରା ଓଡ଼ିଶା ନିଜର ସମୃଦ୍ଧ ସଂସ୍କୃତିକୁ ସାରାବିଶ୍ୱରେ ପ୍ରଦର୍ଶୀତ କରିପାରିବ ବୋଲି ବବୁଲ୍ କହିଛନ୍ତି। Post navigation ‘ନିର୍ଭୟ’ କହିଥିବା କଥା ହେଲା ସତ; ଏବେ ଅଧିକାଂଶ ଜିଲ୍ଲାରେ ଧାନ ଉଠାଉ ନାହାନ୍ତି ମିଲର୍ସ ୨୪ ବିଦାୟ ଅବଗଣନା ଆରମ୍ଭ: ୬ ମାସିଆ ସ୍କୋର କାର୍ଡ଼; ଅଶ୍ବିନୀ ମ୍ୟାନ୍ ଅଫ ଦି ମ୍ୟାଚ୍