ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ ଉଦ୍‌ଘାଟିତ । ଭୁବନେଶ୍ବର ଜନତା ମଇଦାନରେ ଆନୁଷ୍ଠାନିକ ଭାବେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶ, ବିଦେଶର ନିବେଶକ ଓ ପ୍ରତିନିଧିଙ୍କୁ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଛନ୍ତି ଆମ ପାଇଁ ଗର୍ବ ଓ ଗୌରବ ଯେ ମାନନୀୟ ପ୍ରଧାନଙ୍କ କରକମଳରେ ଆମ ଭବ୍ୟ ସମାରୋହର ଶୁଭାରମ୍ଭ ହୋଇଛି । ଆପଣଙ୍କ ସଦେୟ ଉପସ୍ଥିତି ଆମ ପାଇଁ ସୌଭାଗ୍ୟର ବିଷୟ । ପ୍ରତିଥର କିଛି ନା କିଛି ଉପହାର ନେଇକି ଆସିଛନ୍ତି ପ୍ରଧାନମନ୍ତ୍ରୀ । ଏଥର ଯେଉଁ ଉପହାର ଆଣିଛନ୍ତି ଆଗାମୀ ଦିନରେ ଓଡ଼ିଶାର ଦିଗ ବଦଳିଯିବ । ଓଡ଼ିଶା ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି । ଶିଳ୍ପ ବିକାଶ ପାଇଁ ଏଠାରେ ଅପାର ସୁଯୋଗ ରହିଛି  ।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି  ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦିଲ୍ଲୀ, ମୁମ୍ବାଇ, ସିଙ୍ଗାପୁର ଗସ୍ତ କରିଥିଲି । ଓଡ଼ିଶାରେ ବ୍ୟାପକ ପୁଞ୍ଜିନିବେଶ ପାଇଁ କହିଥିଲି । ବିଦେଶ ଗସ୍ତ କରି ନିବେଶକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଛି । ଏହାର ସୁଫଳ ଆଜି ମିଳିବାକୁ ଯାଉଛି । ଶିଳ୍ପାନୁଷ୍ଠାନର ବିକାଶ ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତା ସ୍ପଷ୍ଟ । କୋଇଲା, ପେଟ୍ରୋକେମିକାଲ୍ସ କ୍ଷେତ୍ରକୁ ଆହୁରି ବ୍ୟାପକ କରିବାକୁ ଉଦ୍ୟମ କରାଯାଇଛି । ମାନବ ସମ୍ବଳକୁ ବୃଦ୍ଧି ସହ ସେମିକଣ୍ଡକ୍ଟର, IT କ୍ଷେତ୍ରକୁ ସଶକ୍ତ କରାଯିବ । ସିଙ୍ଗିଲ ୱିଣ୍ଡୋ ମଞ୍ଜୁରୀ ଜରିଆରେ ପ୍ରତିବନ୍ଧକ ଦୂର କରିଛୁ । ମୁଁ ଆପଣଙ୍କୁ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରୁଛି । ପ୍ରଧାନମନ୍ତ୍ରୀ ଭାରତକୁ ୩ୟ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର କରିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଆମେ ମଧ୍ୟ ସାମିଲ ହେବାକୁ ଯାଉଛୁ । ପ୍ରଧାନମନ୍ତ୍ରୀଙ୍କ ନାରା `ଏହି ସମୟ, ପ୍ରକୃତ ସମୟ’କୁ ପାଥେୟ କରି ଆଗକୁ ବଢ଼ିବ ।

Leave a Reply

Your email address will not be published. Required fields are marked *