ଦିଲ୍ଲୀ କର୍ତ୍ତବ୍ୟ ପଥରେ ‘କର୍ତ୍ତବ୍ୟ ଭବନ’ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ନୂଆ ପାୱାର ସେଣ୍ଟର ‘କର୍ତ୍ତବ୍ୟ ଭବନ’ । ପ୍ରାୟ ୧.୫ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ନିର୍ମିତ କର୍ତ୍ତବ୍ୟ ଭବନ କମନ୍ ସେଣ୍ଟ୍ରାଲ ସେକ୍ରେଟାରିଏଟ୍ ଭାବେ କାର୍ଯ୍ୟ କରିବ । ଏଠାରେ ଉଭୟ ସ୍ବରାଷ୍ଟ୍ର ଓ ବୈଦେଶିକ ମନ୍ତ୍ରାଳୟ କାର୍ଯ୍ୟ କରିବ। ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧୀନରେ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ପାଇଁ ମୋଟ ଦଶଟି ଏପରି କୋଠା ନିର୍ମାଣ ହେବାକୁ ଯାଉଛି। ଏଥିମଧ୍ୟରୁ କର୍ତ୍ତବ୍ୟ ଭବନ-୩ ପ୍ରସ୍ତୁତ। ଆଉ ସମସ୍ତ କୋଠା ୨୦୨୭ ଜୁନ୍ ସୁଦ୍ଧା ସମସ୍ତ ନିର୍ମାଣ ସରିବ । ମନ୍ତ୍ରଣାଳୟ ପାଇଁ ନିର୍ମିତ ଏହି କୋଠାଗୁଡ଼ିକରେ, ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ଏବଂ ପରିବେଶ ଅନୁକୂଳତାର ସମ୍ପୂର୍ଣ୍ଣ ଯତ୍ନ ନିଆଯାଇଛି। ସମ୍ପୂର୍ଣ୍ଣ କୋଠା ଉପରେ ନଜର ରଖିବା ପାଇଁ ଏକ କମାଣ୍ଡ ସିସିଟିଭି କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଛି, ଯେଉଁଠାରୁ ପରିସର ଏବଂ ଭିତରର କରିଡରଗୁଡ଼ିକୁ କଡ଼ା ନଜର ରଖାଯିବ। Post navigation ଯୁବକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ; ପୋଲିସ ନିର୍ଯ୍ୟାତନା ସହି ନ ପାରି ବିଷ ପିଇ ଦେଇଥିବା ଅଭିଯୋଗ ରାହୁଲ୍ ଗାନ୍ଧୀ ମିଳିଲା ଆଶ୍ବସ୍ତି, ଝାଡଖଣ୍ଡ କୋର୍ଟରୁ ମିଳିଲା ଜାମିନ