ଗୁଜୁରାଟରେ ଥିବା ବିଶ୍ବର ସବୁଠୁ ବଡ଼ ବଣ୍ୟପ୍ରାଣୀ ଉଦ୍ଧାର ତଥା ସଂରକ୍ଷଣ କେନ୍ଦ୍ର ବନତାରାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ବନତାରାରେ ବିଭିନ୍ନ ସୁବିଧା ଯାଞ୍ଚ କରିବା ସହ ବନ୍ୟଜୀବ ହସ୍ପିଟାଲ ମଧ୍ୟ ପରିଦର୍ଶନ କରିଛନ୍ତି । ଏହି ବନତାରା ହେଉଛି ପ୍ରସିଦ୍ଧ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏହାକୁ ପ୍ରତିଷ୍ଠା କରିଛନ୍ତି । ଏହି ଉଦଘାଟନ ଅବସରରେ ବିଭିନ୍ନ ବିଲୁପ୍ତପ୍ରାୟ ପ୍ରଜାତିର ବନ୍ୟଜନ୍ତୁଙ୍କ ସହ ସମୟ ବିତାଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ ଏସୀୟ ସିଂହ ଶାବକ, ଧଳା ସିଂହ ଶାବକ, କ୍ଲାଉଡେଡ୍ କଲରାପତରିଆ ଶାବକ ସହିତ ଅନେକ ପଶୁଙ୍କ ସହ ଖେଳିଥିଲେ । ଏହା ସହ ସିଂହ ଶାବକଙ୍କ ସହ ଖେଳି ସେମାନଙ୍କୁ କ୍ଷୀର ପିଆଉଥିବା ଭିଡ଼ିଓ ସାମ୍ନାକୁ ଆସିଛି। ଗୁଜରାଟର ଜାମନଗରରେ ବନତାରା ବନ୍ୟଜୀବ ଉଦ୍ଧାର ୩ ହଜାର ଏକର ଜାଗାରେ ତିଆରି କରାଯାଇଛି । ‘ବନତାରା’ (ଷ୍ଟାର୍ ଅଫ୍ ଦି ଫରେଷ୍ଟ) ଅଧୀନରେ ପଶୁମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କର ଯତ୍ନ ନିଆଯାଏ । ଏଠାରେ ୨ ହଜାରରୁ ଅଧିକ ପ୍ରଜାତି ଏବଂ ୧.୫ ଲକ୍ଷରୁ ଅଧିକ ଉଦ୍ଧାର କରାଯାଇଥିବା ବିଲୁପ୍ତ ହେଉଥିବା ବିପଦଗ୍ରସ୍ତ ପଶୁ ରହୁଛନ୍ତି । ଏଠାରେ ପଶୁମାନଙ୍କ ପାଇଁ ଏମାରଆଇ, ସିଟି ସ୍କାନ, ଆଇସିୟୁ ଏବଂ ଅନ୍ୟାନ୍ୟ ଡାକ୍ତରୀ ସୁବିଧା ମଧ୍ୟ ରହିଛି । ବନତାରାରେ ପଶୁମାନଙ୍କ ପାଇଁ ବନ୍ୟଜୀବ ଆନାସ୍ଥେସିଆ, କାର୍ଡିଓଲୋଜି, ନେଫ୍ରୋଲୋଜି, ଏଣ୍ଡୋସ୍କୋପି, ଦନ୍ତ ଚିକିତ୍ସା, ଆଭ୍ୟନ୍ତରୀଣ ଚିକିତ୍ସା ସମେତ ଅନେକ ବିଭାଗ ରହିଛି । Post navigation ଦୁଇ ଭାଗ ହେଲା ନନ୍ଦନକାନନ ଏକ୍ସପ୍ରେସ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଟିମ୍ ଇଣ୍ଡିଆ