ବୁଧବାର ଦିନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି, ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ ୨୦୨୪ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ୬କୋଟିରୁ ଅଧିକ ଭୋଟ୍ ପାଇ ବିଜୟ  ହାସଲ କରିଛନ୍ତି | ଏକ୍ସ ରେ ଏକ ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ହୃଦୟସ୍ପର୍ଶୀ ଶୁଭେଚ୍ଛା  ଜଣାଇଛନ୍ତି।

ମୋଦି ଲେଖିଛନ୍ତି ” ଆପଣଙ୍କ ଐତିହାସିକ ନିର୍ବାଚନ ବିଜୟ ପାଇଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭାରତ -ଆମେରିକା ମଧ୍ୟରେ ବୈଶିକ ଏବଂ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଲାଗି ଏବଂ ଆମର ସହଯୋଗକୁ ନବୀକରଣ କରିବା ଲାଗି ମୁଁ ଆଗ୍ରହୀ। ଆସନ୍ତୁ ମିଳିତ ଭାବେ ଆମ ଲୋକଙ୍କ ଉନ୍ନତି ପାଇଁ ଏବଂ  ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ଯ କରିବା “।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ଓ  ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ବିଶ୍ୱ ନେତାମାନଙ୍କ ମଧ୍ଯରେ ଥିଲେ ଯେଉଁମାନେ ନୂତନ ଆମେରିକୀୟ ରାଷ୍ଟ୍ରପତିଙ୍କୁ ଶୀଘ୍ର ଅଭିନନ୍ଦନ  ଜଣାଇଛନ୍ତି।

ଡୋନାଲ୍ଡ ଟ୍ରମ୍ପ ୨୦୨୪  ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ୨୭୭ ଇଲେକ୍ଟୋରାଲ ଭୋଟ୍ ହାସଲ କରି ବିପୁଳ ବିଜୟ ହାସଲ କରିଛନ୍ତି। ବୁଧବାର ଡେମୋକ୍ରାଟିକ୍ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ପରାସ୍ତ କରିବା ପରେ ଟ୍ରମ୍ପ ୪୭ ତମ ରାଷ୍ଟ୍ରପତି ଭାବରେ ହ୍ୱାଇଟ୍ ହାଉସ୍ କୁ ଫେରିବା ପାଇଁ  ପ୍ରସ୍ତୁତ ଅଛନ୍ତି।

 

 

Leave a Reply

Your email address will not be published. Required fields are marked *