କାନାଡାର ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ଯାହା ଖାଲିସ୍ତାନ ସମର୍ଥକ କାର୍ଯ୍ଯକର୍ତ୍ତାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ହୋଇଥିଲା, ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ତୀବ୍ର ନିନ୍ଦା କରିଥିଲେ। ସେ ଏହା ମଧ୍ଯ କହିଥିଲେ ଯେ ଏଭଳି ହିଂସାକାଣ୍ଡ ଭାରତର ସଂକଳ୍ପକୁ କେବେ ବି କ୍ଷୁର୍ଣ୍ଣ କରିବ ନାହିଁ। ଆଇନର ସମ୍ମାନ ଦେବା ପାଇଁ ମୋଦୀ ଜଷ୍ଟିନ ଟ୍ରୁଡୋ ଙ୍କ ପ୍ରଶାସନକୁ ଆହ୍ୱାନ କରିଥିଲେ।

ଏହି ଅଘଟଣ ପରେ ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟର ହ୍ୟାଣ୍ଡଲ ରେ ପ୍ରକାଶ କରିଥିଲେ ଯେ ‘କାନାଡାର ଏକ ହିନ୍ଦୁ ମନ୍ଦିର ଉପରେ ଜାଣିଶୁଣି ହୋଇଥିବା ଆକ୍ରମଣକୁ ମୁଁ ଦୃଢ଼ ଭାବେ ନିନ୍ଦା କରୁଛି। ଆମର କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବାର କାପୁରୁଷ ପ୍ରୟାଶ ଅତ୍ୟନ୍ତ ନିନ୍ଦନୀୟ | ଏଭଳି ହିଂସାକାଣ୍ଡ ଭାରତର ସଂକଳ୍ପକୁ କଦାପି ଦୁର୍ବଳ କରିବ ନାହିଁ। ଆମେ ଆଶା କରୁଛୁ ଯେ କାନାଡା ସରକାର ନ୍ୟାୟ ସୁନିଶ୍ଚିତ କରିବେ ଏବଂ ଆଇନ ବଜାୟ ରଖିବେ’

ଗତ ବର୍ଷ ସେପ୍ଟେମ୍ବରରେ କାନାଡ଼ା ର ପ୍ରଧାନମନ୍ତ୍ରୀ ଟ୍ରୁଡ୍ରୋ  ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟମାନଙ୍କର ସମ୍ପୃକ୍ତି ଥିବା ଦାବି କରିଥିଲେ ଯାହାକୁ ନେଇ ନୂଆଦିଲ୍ଲୀ ଏବଂ ଓଟାୱା ମଧ୍ଯରେ ଏକ କୂଟନୈତିକ ସଙ୍କଟ ମଧ୍ଯରେ, ମୋଦୀ ଭାରତୀୟ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବାର କଥିତ ପ୍ରୟାସ ବିଷୟରେ କିଛି ମନ୍ତବ୍ଯ ଦେଇଥିଲେ ଏହାପରେ ରବିବାର ଦିନ ଏକ ଖାଲିସ୍ତାନ ଗୋଷ୍ଠୀ ବ୍ରାମ୍ପଟନ ହିନ୍ଦୁ ସଭା ମନ୍ଦିରରେ ଉପାସକମାନଙ୍କୁ ଆକ୍ରମଣ କରିଥିଲେ।
ଏହି ଆକ୍ରମଣ ଭାରତରୁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ କାନାଡାରେ ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ନୂଆଦିଲ୍ଲୀ ଗଭୀର ଚିନ୍ତିତ ଅଛି।

“ଆମେ କାନାଡା ସରକାରଙ୍କୁ ଆହ୍ୱାନ କରୁଛୁ ଯେ ସମସ୍ତ ପୂଜା ସ୍ଥଳକୁ ଏଭଳି ଆକ୍ରମଣରୁ ସୁରକ୍ଷିତ ରଖିବା ପାଇଁ। ଆମେ ମଧ୍ଯ ଆଶା କରୁଛୁ ଯେ ଯେଉଁମାନେ ହିଂସାରେ ଲିପ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’ ବୋଲି ଏମଇଏ ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି

Leave a Reply

Your email address will not be published. Required fields are marked *