PM Modi attends Christmas prayer at Cathedral Church in Delhi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରି ପ୍ରାର୍ଥନା ସଭାରେ ଅଂଶଗ୍ରହଣ କରିଛନ୍ତି ଏବଂ ଲୋକମାନଙ୍କୁ ବଡ଼ଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
 
ପ୍ରଧାନମନ୍ତ୍ରୀ ମୋଦି ଚର୍ଚ୍ଚରେ ଦେଶବାସୀଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଛନ୍ତି । ଖ୍ରୀଷ୍ଟମାସ ସକାଳର ପ୍ରାର୍ଥନାରେ ସେ ଯୋଗ ଦେଇଛନ୍ତି । ଏହି ପ୍ରାର୍ଥନା ସଭାରେ ଆହୁରି ଅନେକ ଲୋକ ମଧ୍ୟ ଉପସ୍ଥିତ ଥିଲେ ।
 
ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ନିଜର ଭାବନା ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସେବା ପ୍ରେମ, ଶାନ୍ତି ଏବଂ କରୁଣାର ସ୍ଥାୟୀ ବାର୍ତ୍ତା ପ୍ରଦାନ କରୁଛି ।
 
ଖ୍ରୀଷ୍ଟମାସ ସମସ୍ତଙ୍କ ପାଇଁ ନୂତନ ଆଶା ଏବଂ ମିଳିତ ପ୍ରତିବଦ୍ଧତା ଆଣିଦେଉ । ବଡ଼ଦିନ ​​ଆମ ସମାଜରେ ସଦ୍ଭାବନାକୁ ପ୍ରେରଣା ଦେଉ ବୋଲି ମୋଦି କହିଛନ୍ତି ।
 
କହିରଖୁଛୁ ଯେ, ଏହି କ୍ୟାଥେଡ୍ରାଲ୍ କେବଳ ପୁରୁଣା ଚର୍ଚ୍ଚ ମଧ୍ୟରୁ ଗୋଟିଏ ନୁହେଁ ବରଂ ଦିଲ୍ଲୀର ସବୁଠାରୁ ବଡ଼ ଚର୍ଚ୍ଚ ମଧ୍ୟ ।
PM Modi attends Christmas prayer at Cathedral Church in Delhi
 
 
 
 

By Nirvay

Leave a Reply

Your email address will not be published. Required fields are marked *