ଆଜି ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ୍ କିଷାନ ଟଙ୍କା , ପିଏମ୍ କିଷାନ ଯୋଜନାର ୨୧ତମ କିସ୍ତି ପାଇବେ ଚାଷୀ । କୋଏମ୍ବାଟୁରରୁ ଚାଷୀଙ୍କ ଖାତାକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ । ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨ ହଜାର ଲେଖାଏଁ ଟଙ୍କା । ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ବଣ୍ଟନ କରାଯାଇଛି । ପିଏମ୍-କିଷାନ ଯୋଜନାରେ ପ୍ରତି କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ତିନିଟି କିସ୍ତିରେ ପ୍ରଦାନ କରାଯାଉଛି। ଆଜି ନଭେମ୍ବର ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର କୋଏମ୍ବାଟୁରରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୧ତମ କିସ୍ତି ଜାରି କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କିସ୍ତି ବାବଦ ଅର୍ଥ ଯୋଜନା ଅନ୍ତର୍ଭୁକ୍ତ ୨୦କୋଟି କୃଷକଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ପ୍ରଦାନ କରିବେ। Post navigation Bihar CM: ଆସନ୍ତା ୨୦ରେ ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର