ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆସାମର ଗୌହାଟୀରେ ଦେଶର ଅନ୍ନଦାତାଙ୍କୁ ‘ପିଏମ୍-କିଷାନ ଯୋଜନା’ର ୨୨ତମ କିସ୍ତି ପ୍ରଦାନ କରିଛନ୍ତି । ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ଯାଇଛି ୨ ହଜାର ଲେଖାଏଁ ଟଙ୍କା । ସାରା ଦେଶର ୯.୩୨ କୋଟିରୁ ଅଧିକ ଚାଷୀ DBT ମାଧ୍ୟମରେ ₹୧୮,୬୪୦ କୋଟିରୁ ଅଧିକ ଆର୍ଥିକ ସହାୟତା ପାଇଛନ୍ତି । ଏଥିରେ ଓଡ଼ିଶାର ୩୪ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ₹୬୮୪ କୋଟି ସହାୟତା ପ୍ରଦାନ କରାଯାଇଛି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ ପିଏମ୍ କିଷାନ ଉତ୍ସବ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ହେଉଛି ଯୋଗ୍ୟ ଚାଷୀ ପରିବାରକୁ ଆୟ ସହାୟତା ପ୍ରଦାନ କରିବା ପାଇଁ ୨୦୧୯ ମସିହାରେ ଆରମ୍ଭ ହୋଇଥିବା ଏକ କେନ୍ଦ୍ର ସରକାରଙ୍କ ଯୋଜନା । ଏହି ଯୋଜନା ଅଧୀନରେ, ଚାଷୀମାନେ ପ୍ରତିବର୍ଷ ୬,୦୦୦ ଟଙ୍କା ପାଆନ୍ତି । ୨୦୦୦ ଟଙ୍କା ତିନୋଟି କିସ୍ତିରେ ପ୍ରଦାନ କରାଯାଏ । Post navigation Teaching Posts Vacant In Adarsha Vidyalayas: ଆଦର୍ଶ ବିଦ୍ୟାଳୟରେ ଖାଲି ପଡ଼ିଛି ୧୮୨୯ ଶିକ୍ଷକ ପଦବୀ Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ହୁଇପ୍ ଜାରି କଲା ବିଜେପି