ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏନଡିଏ ମୁଖ୍ୟମନ୍ତ୍ରୀ କନକ୍ଲେଭ୍ ଶେଷ ହୋଇଛି । ଏହି କନକ୍ଲେଭରେ ଭାଗ ନେଇଥିଲେ ୨୦ ମୁଖ୍ୟମନ୍ତ୍ରୀ ଏବଂ ୧୮ ଉପମୁଖ୍ୟମନ୍ତ୍ରୀ । ଆଜିର ଏହି ମୁଖ୍ୟମନ୍ତ୍ରୀ କନକ୍ଲେଭ୍‌ରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି । ଗୋଟିଏ ଅପରେସନ ସିନ୍ଦୂର ପାଇଁ ସଶସ୍ତ୍ର ବାହିନୀକୁ ପ୍ରଶଂସା କରିବା ଏବଂ ଅନ୍ୟଟି ଜାତିଗତ ଜନଗଣନା ପଦକ୍ଷେପକୁ ସମର୍ଥନ କରିବା। ଏବଂ ସମସ୍ତେ ଏଥିରେ ସମ୍ମତି ଦେଇଛନ୍ତି, ଏବଂ (ପ୍ରଧାନମନ୍ତ୍ରୀ) ମୋଦିଙ୍କ ଏହି ନିଷ୍ପତ୍ତାକୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ‘ଅପରେସନ ସିନ୍ଦୂର’ ନେଇ ପ୍ରଥମ ପ୍ରସ୍ତାବ ପାରିତ ହୋଇଥିଲା । ଏଥିରେ ‘ଅପରେସନ ସିନ୍ଦୂର’ରେ ସେନାବାହିନୀ ବୀରତ୍ବକୁ ପ୍ରଶଂସା କରାଯାଇଥିଲା।ଏହାପରେ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ପାରିତ କରାଗଲା ବୋଲି ସୂଚନା ଦେଇଛନ୍ତି ସ୍ୟାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଅନ୍ୟ ପକ୍ଷରେ ଜାତି ଜନଗଣନା ନେଇ ଦ୍ବିତୀୟ ପ୍ରସ୍ତାବ ପାରିତ ହୋଇଛି ।

ସୂଚନା ଯୋଗ୍ୟ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିନିକିଆ ଏନଡିଏ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ ସୁଶାସନ ପ୍ରସଙ୍ଗ ଉପରେ ଏକ ମନୁନ ଅଧୂବେଶନ ଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସମ୍ମିଳନୀର ବରିଷ୍ଠ ନେତାମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *