ଦୁଇ ମାସରେ ସରିବ ଆବାସ ସର୍ଭେ । ଆଜି ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ସେ କହିଛନ୍ତି, ଏବେ ଗ୍ରାମାଞ୍ଚଳରେ ସର୍ଭେ କାମ ଚାଲିଛି । ଗ୍ରାମସଭା ଦ୍ୱାରା ଲୋକଙ୍କୁ ସଚେତନ କରାଯାଉଛି । ଏପରିକି ଲୋକଙ୍କୁ ସର୍ଭେରେ ସାମିଲ କରାଯାଉଛି ଯେମିତି ଆବାସ ଯୋଜନାରୁ କେହି ଯୋଗ୍ୟ ବାଦ୍ ପଡିବେନି । ମନ୍ତ୍ରୀମାନେ ଜିଲ୍ଲା ଗସ୍ତ ସମୟରେ ସର୍ଭେର ସମୀକ୍ଷା କରୁଛନ୍ତି। ଯିଏ ଗରିବ ଓ ବଞ୍ଚିତ ଅଛନ୍ତି ସାମିଲ କରାଯାଉଛି। ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି, ପୂର୍ବ ସରକାରରେ ଆକ୍ରୋଶମୂଳକ ଭାବେ ଯୋଜନାରୁ ବାଦ୍ ଦିଆଯାଉଥିଲା । କିନ୍ତୁ ଆମ ସରକାର ଥିବା ସମୟରେ ସେମିତି ହେବନି । ସବୁ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ । ମନ୍ତ୍ରୀମାନେ ଜିଲ୍ଲା ଗସ୍ତ ବେଳେ ଆବାସ ସର୍ଭେର ସମୀକ୍ଷା କରୁଛନ୍ତି । ଆଗାମୀ ଦୁଇ ମାସ ଭିତରେ ସର୍ଭେ କାମ ସରିଯିବ । ଏହା ପରେ ଘର ଯୋଗାଇ ଦିଆଯିବ । Post navigation ବୈଷ୍ଣବ ସାମଲଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦୀପଙ୍କ ବିରୋଧରେ ହୋଇଥିବା ଚାକିରି ଠକେଇ ମାମଲାରୁ ଓହରିଲେ ୩ ଏତଲାକାରୀ