ଆସନ୍ତା ମେ‘ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବାକୁ ଯାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୫ ର ପରୀକ୍ଷା ଫଳ । ଏପ୍ରିଲ ୨ରୁ ୧୪ ଯାଏ ପ୍ରଥମ ପର୍ଯ୍ୟାୟ ଖାତାଦେଖା ହେବାକୁ ଥିବା ବେଳେ ଏପ୍ରିଲ ୧୬ରୁ ୨୮ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ଖାତାଦେଖା ହେବ ବୋଲି ଜଣାପଡ଼ିଛି । ଏଥିଲାଗି ୭୮ ଟି ଅଫଲାଇନ୍, ୭୦ଟି ଅନଲାଇନ୍ କେନ୍ଦ୍ର ହୋଇଛି । ଏବଂ  ଯୁକ୍ତଦୁଇ ଖାତା ମୂଲ୍ୟାୟନ କରିବେ ୧୬ ହଜାର ଅଧ୍ୟାପକ ।

ଶିକ୍ଷକମାନେ ୭୦ ଓ ୮୦ ମାର୍କ ଥିବା ବିଷୟ ପାଇଁ ୫ ଘଣ୍ଟାରେ ୨୦ଟି ଖାତା ଦେଖିପାରିବେ ଶିକ୍ଷକ। ୩୫, ୪୦ ଓ ୫୦ ମାର୍କ ଥିବା ବିଷୟଗୁଡ଼ିକ ପାଇଁ ୩୦ଟି ଖାତା ୫ ଘଣ୍ଟାରେ ଦେଖିବେ ।ଆସନ୍ତା ମେ‘ ୧୫ ତାରିଖ ସୁଦ୍ଧା ସଠିକ ସମୟରେ ପରୀକ୍ଷାଫଳ ବାହାରିବ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *