ଜୁଲାଇ ୨୪ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା । ଏ ନେଇ ଆଜି ପ୍ରକାଶ ପାଇଛି କଟ୍ ଅଫ୍ ମାର୍କ । ଏହାକୁ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ପ୍ରଥମ ମେରିଟ୍ ଲିଷ୍ଟ ଆଜି ପ୍ରକାଶ ପାଇଛି । ୨୧ ତାରିଖରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଏହା ସହ ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ନାମଲେଖା ଚାଲିବା ସହ ସ୍ପଟ୍ ଆଡମିଶନ ମଧ୍ୟ କରାଯିବ । ୨୪ ତାରିଖରେ ଯୁକ୍ତ ୨ ପାଠପଢ଼ା ଆରମ୍ଭ ହେବ । ଅନ୍ୟପଟେ ଆଜି ପ୍ରକାଶ ପାଇଥିବା ଯୁକ୍ତ ୨ କଟ୍ ଅଫ୍ ମାର୍କରେ ଆଗରେ ରହିଛି ରେଭେନ୍ସା କଲେଜ । କଳା, ବିଜ୍ଞାନ, ବାଣିଜ୍ୟରେ ଆଗରେ ରେଭେନ୍ସା । କଳାରେ ୮୧.୩୩ ପ୍ରତିଶତ ଥିବା ବେଳେ ବିଜ୍ଞାନରେ ୯୧.୮୩ ପ୍ରତିଶତ ଓ ବାଣିଜ୍ୟରେ ୮୦.୨୦ ପ୍ରତିଶତ ରହିଛି । Post navigation ନନ୍ଦନକାନନରେ ଜନ୍ମନେଲେ ଆଉ ୧୧ ହଳଦିଆ ଆନାକୋଣ୍ଡା ଦୁର୍ଦ୍ଦାନ୍ତ ମାଓବାଦୀ ସୋଡ଼ି କନ୍ନା ନିପାତ; ଧରିବା ପାଇଁ ଘୋଷଣା ଥିଲା ୮ ଲକ୍ଷ ପୁରସ୍କାର