ଓଡ଼ିଶାର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ଅନେକ ଗୋପାଲରେନ କରି ଜୀବିକା ନିର୍ବାହ କରନ୍ତି। ତେବେ ଗୋପାଳନ ପ୍ରୋତ୍ସାହନ ଦେବା ସହ ଗୋ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା ଦେଖାଇଛନ୍ତି। ରାଜ୍ୟରେ ୨୦୦ ଗୋଶାଳା ହେବ। ବିଧାନସଭାରେ ଏ ନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେ କହିଛନ୍ତି ଗୋଶାଳାକୁ ପ୍ରୋତ୍ସାହନ ପାଇଁ ସରକାର ଋଣ ଦେଉଛନ୍ତି। ଗୋଶାଳା ନିର୍ମାଣ ପାଇଁ ୯୦% ଋଣ ଛାଡ଼ ବ୍ୟବସ୍ଥା ରହିଛି। ଗୋ ଖାଦ୍ୟ ପାଇଁ ମଧ୍ୟ ଦୈନିକ ୫୪ ଟଙ୍କା ଦିଆଯିବ। ଗୋଶାଳା କରିବାକୁ ମନ୍ତ୍ରୀ ସବୁ ବିଧାୟକଙ୍କୁ ନିବେଦନ ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *