Pitabash Panda Murder Case: 6 accused taken on remand
ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସ ରିମାଣ୍ଡରେ ନେଇଛି ।
 
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗତକାଲି ରାତିରେ କୁରୁପତି ଭୂୟାଁ ଓ ଉମା ବିଷୋୟୀକୁ ପୋଲିସ ୨ ଦିନିଆ ରିମାଣ୍ଡରେ ନେଇ ଜେରା କରୁଥିବା ବେଳେ ଆଜି ଅଭିଯୁକ୍ତ କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳାଇ, ଚିଣ୍ଟୁ ପ୍ରଧାନ ଓ ଯୋଗୀ ରାଉତକୁ ପୋଲିସ ରିମାଣ୍ଡରେ ନେଇଛି ।
 
ବର୍ତ୍ତମାନ ପୋଲିସ ଏହି ହତ୍ୟା ମାମଲାରେ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି । ପୂର୍ବରୁ ଏହି ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ବ୍ରହ୍ମପୁର SDJM କୋର୍ଟରେ ପୋଲିସ ଆବେଦନ କରିଥିଲା ।
 
ଏବେ ଯାଏଁ ଏହି ମାମଲାରେ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସମେତ ୧୬ ଜଣ ଗିରଫ ହୋଇଛନ୍ତି । ଏବେ ପୋଲିସ ସେମାନଙ୍କୁ ଜେରା କରୁଛି । ଆଜି ହତ୍ୟା ଘଟଣାର କ୍ରାଇମ ରିକ୍ରିଏସନ୍ କରିବାର ମଧ୍ୟ ସମ୍ଭାବନା ରହିଛି ।
 
 
 

By Nirvay

Leave a Reply

Your email address will not be published. Required fields are marked *