ଆଜି ଭୁବନେଶ୍ୱରର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର । ପୋଲିସ ସେବା ଭବନରେ ଭୁବେନଶ୍ୱର ୟୁପିଡିର ନୂଆ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପିନାକ ମିଶ୍ର । ୨୦୧୪ ବ୍ୟାଚ୍ ଆଇପିଏସ୍‌ ପ୍ରତୀକ ସିଂଙ୍କ ଭୁବନେଶ୍ବଵରରୁ ଦଳି ପରେ ଏବେ ଭୁବନେଶ୍ବର ଡିସିପି ହୋଇଛନ୍ତି ୨୦୧୧ ବ୍ୟାଚ୍‌ର ଆଇପିଏସ୍ ଅଫିସର ପିନାକ ମିଶ୍ର ।

ଆଜି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଏବଂ ଅତିରିକ୍ତ କମିଶନ ଡ.ଉମାଶଙ୍କର ଦାସ ନୂଆ ଡିସିପି ପିନାକ ମିଶ୍ରଙ୍କୁ କମିଶନରେଟ୍ ପୋଲିସର ବ୍ୟାଚ ପିନ୍ଧାଇ ସ୍ୱାଗତ କରିଛନ୍ତି।

ସୂଚନଯୋଗ୍ୟ; କିଛିଦିନ ପୂର୍ବରୁ ରାଜ୍ୟରେ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଥିଲେ । ଏବଂ ଏହା ସହ ଆଗକୁ ପୂଜା ପାର୍ବଣ ଆସୁଥିବାରୁ ଅଦଳବଦଳ କରାଯାଇଥିବା ଆଇପିଏସ କର୍ମଚାରୀଙ୍କୁ ନିଜ ନିଜ ଯାଗାରେ ତୁରନ୍ତ ଯୋଗ ଦେବାକୁ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *