ଆସୁଛି ନୂଆବର୍ଷ । ୨୦୨୫ ନୂଆ ବର୍ଷ ପାଇଁ ଏବେଠାରୁ ଚାରିଆଡ଼େ ଜୋରଦାର ପ୍ରସ୍ତୁତି । ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ କରାଯାଉଥିବା ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ଲାଗିଲା କଟକଣା । ଡିସେମ୍ବର ୩୧ ତାରିଖରେ ଜରୋ ନାଇଟ୍ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଦରକାର । ଅନୁମତି ନ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ ବିଭାଗର କମିଶନର ନରସିଂହ ଭୋଳ ସୂଚନା ଦେଇଛନ୍ତ । ନରସିଂହ ଭୋଳ କହିଛନ୍ତି ବିନା ଅନୁମତିରେ କିଛି ଜାଗାରେ ଜିରୋ ନାଇଟ୍ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ବିଭାଗକୁ ବିଭିନ୍ନ ସୂତ୍ରରୁ ଖବର ଆସିଛି । ଏହାକୁ ରୋକିବା ପାଇଁ ଖୁବଶୀଘ୍ର ବିଭାଗ ପଦକ୍ଷେପ ନିଆଯିବ । ଜାନୁଆରୀ ମଧ୍ୟଭାଗ ଯାଏଁ ଏନେଇ ଯାଞ୍ଚ ଜାରି ରହିବ । Post navigation ଶିଳ୍ପପତିଙ୍କ ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଇଡି ବିଜେପି ନେତୃତ୍ୱଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଲେ ଦିଲ୍ଲୀପ ମଲ୍ଲିକ