କଂଗ୍ରେସରୁ ମୋକିମଙ୍କ ବହିଷ୍କାର ପରେ ପ୍ରତିକ୍ରିୟା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ଯଦି ମୋକିମଙ୍କ ସୋନିଆ ଗାନ୍ଧୀଙ୍କ ପ୍ରତି ସମ୍ମାନ ଥାଆନ୍ତା, ତେବେ ଚିଠି ଦେଇ ଗଣମାଧ୍ୟମରେ କାହିଁକି କହିଲେ ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ ।

ସେ କହିଛନ୍ତି ସିଏ କିଏ ? ମୋକିମ ମାତ୍ର ଗୋଟିଏ ଥର ବିଧାନସଭା ନିର୍ବାଚନ ଜିତିଛନ୍ତି । ନିଜ କଥା ରଖିବାର ସବୁ ସଦସ୍ୟଙ୍କ ନିକଟରେ ଅଧିକାର ଅଛି । ଦଳୀୟ ନେତୃତ୍ବ ସେମାନଙ୍କ କଥା ନିଶ୍ଚିୟ ଶୁଣିବେ । ସୋନିଆଙ୍କୁ ଚିଠି ଲେଖିବାରେ କୌଣସି ସମସ୍ୟା ନାହିଁ । କିନ୍ତୁ ଚିଠିକୁ ମିଡିଆରେ ପ୍ରଘଟ କରିବାର କ’ଣ ଆବଶ୍ୟକତା ଥିଲା । କାରଣ ସେ ଦଳରେ ରହିବାକୁ ଚାହୁଁ ନଥିଲେ । ଯିଏ ଦଳରେ ରୁହନ୍ତି, ଦଳର ହାଇକମାଣ୍ଡ ଏବଂ ବରିଷ୍ଠ ନେତୃବୃନ୍ଦଙ୍କୁ ମାନନ୍ତି । ଯଦି ଅନ୍ୟାୟ ହୋଇଛି ତେବେ ସେମାନଙ୍କୁ ଭେଟି ଅଭିଯୋଗ କରନ୍ତି ଏବଂ ଆଲୋଚନା କରିବା ଉଚିତ ।

ରାହୁଲ ଗାନ୍ଧିଙ୍କ ବିଷୟରେ ସେ କ’ଣ ଜାଣନ୍ତି ବୋଲି ପ୍ରଶ୍ନ କଲେ ଭକ୍ତ । ସେ କହିଛନ୍ତି ରାହୁଲ ଗାନ୍ଧି ଦେଶ ସାରା ପଦଯାତ୍ରା କରି ଲୋକଙ୍କୁ ସଚେତନ କଲେ । ଏହା କ’ଣ କଠିନ ପରିଶ୍ରମ ନୁହେଁ, ଚିଠି ଲେଖି ସେ ରାହୁଲଙ୍କୁ ଗାଇଡ୍ କରିବେ ?

ରାହୁଲଙ୍କ ବିଷୟରେ ସିଏ କଣ ଜାଣିଛନ୍ତି । ଏତେ କଠିନ ପରିଶ୍ରମ କରି ଦେଶର ଜନତାଙ୍କୁ ଜାଗ୍ରତ କରାଇଛନ୍ତି । ଚିଠି ମାଧ୍ୟମରେ ରାହୁଲ ଗାନ୍ଧୀଙ୍କୁ ମାର୍ଗ ଦର୍ଶନ ଦେବେ । ଏହା ରାଜନୈତିକ ପ୍ରସଙ୍ଗ ଅଟେ । ଏହା କେବଳ ବିରୋଧୀ ଦଳର ବ୍ୟକ୍ତି କରିପାରନ୍ତି । ଦଳର ଛାଡ଼ିବାର ମାନସିକତା ହୋଇପାରେ ନ ହେଲେ ବିରୋଧୀ ଦଳରୁ ସେ ଏଭଳି କାମ କରିପାରନ୍ତି ।

ସେହିପରି ଯିଏ ଦଳ ବିରୋଧରେ କହିବ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ମୁହଁ ବନ୍ଦ କରାଯିବ କି ବୋଲି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ଭକ୍ତ ଦାସ କହିଛନ୍ତି, ସତ କହିବାର ସ୍ଥାନ ଅଛି । ଦଳର ଅନେକ ଫୋରମ୍ ରହିଛି ଏବଂ ଦଳର ବୈଠକରେ ମଧ୍ୟ ସେ କହିପାରିବେ ।

Leave a Reply

Your email address will not be published. Required fields are marked *