ସାଧାରଣତଃ ପାଞ୍ଜି ଦେଖି ପର୍ବପର୍ବାଣୀ ପାଳନ କରାଯାଇଥାଏ। ହେଲେ ଚଳିତ ବର୍ଷ ଦୀପାବଳିକୁ ନେଇ ଦେଖା ଦେଇଛି ବଡ଼ ଦ୍ବନ୍ଦ୍ବ। ଏବର୍ଷ କେଉଁ ଦିନ ପାଳିବେ ଦୀପାବଳି, ତାକୁ ନେଇ ଦ୍ବନ୍ଦ୍ବ ଥିବା ବେଳେ ପୟାଶ୍ରାଦ୍ଧ ଓ ଦୀପାବଳି ତାରିଖ ଦ୍ବନ୍ଦ୍ବ ଦୂର କଲା ମୁକ୍ତି ପଣ୍ଡିତ ମହାସଭା । କେଉଁ ଦିନ ଦୀପାବଳି ପାଳନ ହେବ ଏନେଇ ରାଜ୍ୟବାସୀଙ୍କ ମନରେ ଦ୍ୱନ୍ଦ୍ୱ ଥିବା ବେଳେ କେଉଁ ଦିନ ପାଳନ ହେବ ସେନେଇ ଦ୍ୱନ୍ଦ୍ୱ ଦେଖାଦେବା ପରେ ମୁକ୍ତ ମଣ୍ଡପର ମହାସଭା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସଠିକ ତାରିଖ ଘୋଷଣା କରାଯାଇଛି ।

୨୦ ତାରିଖରେ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯିବା ନେଇ ସାମ୍ୱାଦିକ ସମ୍ମିଳନୀରେ ସ୍ପଷ୍ଟ କଲା ମୁକ୍ତି ପଣ୍ଡିତ ମହାସଭା । ସେ କହିଛନ୍ତି ୨୦ ତାରିଖ ଅପରାହ୍ନ ୩ଟା ୨୩ରୁ ପୟାଶ୍ରାଦ୍ଧ, ଦୀପାବଳି ପାଳନ । ୨୧ ତାରିଖରେ ମାତ୍ର ୧୪ ମିନିଟ୍ ପାଇଁ ଅମାବାସ୍ୟା । ୨୧ରେ ପାଳନ କରନ୍ତୁ ନାହିଁ, ଏହା ଶାସ୍ତ୍ର ବିରୋଧୀ ହେବ।

ଅନ୍ୟପଟେ ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାଣ ଫୁଟାଇବାର ସମୟକୁ ନେଇ ଗାଇଡଲାଇନ୍ ଆସିଛି । ତେବେ ବାଣ ଫୁଟାଇବାର ସମୟ ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ସୀମିତ ରଖିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *