Oplus_131072

ପୁଣି ରାଜଧାନୀରେ ଜମିବ ପଥୋତ୍ସବ। ଡିସେମ୍ବର ଶେଷ ସପ୍ତାହରୁ ଭୁବନେଶ୍ବରରେ ଆରମ୍ଭ ହେବ ପଥୋତ୍ସବ । ଡିସେମ୍ବର ଶେଷ ସପ୍ତାହ ଓ ଜାନୁଆରୀ ପ୍ରଥମ ଦୁଇ ସପ୍ତାହ ହେବ ଆୟୋଜିତ । ସକାଳ ୭ଟାରୁ ୧୦ଟା ଯାଏଁ ଆୟୋଜନ ହେବ ଏହି ପଥୋତ୍ସବ । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ଚଞ୍ଚଳ ରଣା।

ବିଏମସି କମିଶନର କହିଛନ୍ତି ଭୁବନେଶ୍ବରରେ ଖୁବଶୀଘ୍ର ଆରମ୍ଭ ହେବ ପଥୋତ୍ସବ। ଡିସେମ୍ବର ଶେଷ ସପ୍ତାହ ଏବଂ ଜାନୁଆରୀ ମାସର ପ୍ରଥମ ଦୁଇଟା ସପ୍ତାହ ନିଆରା କାର୍ଯ୍ୟକ୍ରମ ହେବ ।ତିନୋଟି ଜୋନରେ ଗୋଟିଏ ଲେଖାଏଁ ପଥୋତ୍ସବ ହେବ। ଏଥିରେ ନାଚ, ଗୀତ ସାଙ୍ଗକୁ ପେଣ୍ଟିଂ, ସ୍କେଟିଂ,ଏବଂ ବିଭିନ୍ନ ଆକ୍ଟିଭିଟିର ଆୟୋଜନ କରିବ ବିଏମସି। ବିଗତ ବର୍ଷମାନଙ୍କୁ ଦୃଷ୍ଟିରେ ରଖି ନୂଆ ଢଙ୍ଗ ଓ ନୂଆ ରୂପରେ ଏହାକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛି ବିଏମସି ।

Leave a Reply

Your email address will not be published. Required fields are marked *