ରାଜ୍ୟରେ ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜିକରଣ । ଏ ନେଇ ରାଜସ୍ୱ ବିଭାଗକୁ ଡ୍ରାଫ୍ଟଦେଲା ନଗର ଉନ୍ନୟନ ବିଭାଗ। ମାର୍ଚ୍ଚ ସୁଦ୍ଧା ଏ ନେଇ ବିଚାର ବିମର୍ଶକରି ଏପ୍ରିଲରୁ କାର୍ଯ୍ୟକାରୀ ହେବାକୁ ନିଷ୍ପତ୍ତି ନିଆଯାଇଥିବା ଆଜି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ପାର୍ଟ ପ୍ଲଟ୍ ବିକ୍ରି ସମସ୍ୟା ଯୋଗୁ ରାଜସ୍ୱ ହାନି ହେଉଛି। କିପରି ପାର୍ଟ ବିକ୍ରି ହେବ ଓ କିପରି ନୂଆ ଗାଇଡଲାଇନ ହୋଇପାରିବ ରାଜସ୍ୱ ବିଭାଗ ସେ ନେଇ ତତ୍ପରତା ପ୍ରକାଶ କରିଛି। ଗତକାଲି ରାଜସ୍ୱ ବିଭାଗକୁ ଡ୍ରାଫ୍ଟ ଦିଆଯାଇଛି । ରାଜସ୍ୱ ବିଭାଗ ସେହି ଡ୍ରାଫ୍ଟକୁ ଅଧ୍ୟୟନ କରିବ। ଅଧ୍ୟୟନ ବେଳେ ଯଦି କିଛି ଆବଶ୍ୟକ ଥାଏ, ଆମେ ଯୋଡିବୁ ଓ ଡେଭଲମେଣ୍ଟ ଅଥରିଟି ଓ ରେରା ଅଧିକାରୀଙ୍କ ସାଙ୍ଗରେ କଥାବାର୍ତ୍ତା କରିବୁ। ତା’ପରେ ଫାଇନାଲ ନୋଟିଫିକେସନ୍ ହେବ। ସେ ଆଉ ମଧ୍ୟ କହିଛନ୍ତି ପାର୍ଟ ପ୍ଲଟ ବିକ୍ରି ନେଇ ପୂର୍ବରୁ ଯେଉଁ କଟକଣା ରହିଥିଲା ତାହା କୋହଳ ହେବାକୁ ଯାଉଛି। ସର୍ବାଧିକ ୫ହଜାର ବର୍ଗଫୁଟ ପରିମିତ ପ୍ଲଟ ବିକ୍ରିରେ ସରକାର କଟକଣା ହଟାଇବାକୁ ଯାଉଛନ୍ତି। ଏଥିପାଇଁ ରୂପରେଖ(ମୋଡାଲିଟି)ପ୍ରସ୍ତୁତ ହୋଇଛି। Post navigation ମାର୍ଚ୍ଚ ମାସ ଆରମ୍ଭରୁ କଲବଲ କଲାଣି ତାତି; ୩୮ ଡିଗ୍ରୀ ପାର୍ ତାପମାତ୍ରା ରାଜ୍ୟ ଯୁବ ବିଜେଡି ଉପସଭାପତି ରାଜା ଚକ୍ରଙ୍କୁ ଇଓଡବ୍ଲୁର ଜେରା