Parking fee at Bhakta Niwas reduced to Rs 240
ଶ୍ରୀମନ୍ଦିର ପରିଚାଳନା କମିଟି ଭକ୍ତ ନିବାସରେ ପାର୍କିଂ ଫି ୫୦୦ ଟଙ୍କାରୁ କମାଇ ୨୪୦ ଟଙ୍କା କରାଯାଇଛି । ଯାହା ଆଜିଠୁ ଲାଗୁ ହେବ । ପୂର୍ବରୁ ୪ ଟି ଭକ୍ତ ନିବାସ ପାଇଁ ୫୦୦ ଟଙ୍କା ପାର୍କିଂ ଫି ଧାର୍ଯ୍ୟ ହୋଇଥିଲା । ବିରୋଧ ପରେ ଏବେ ପାର୍କିଂ ଫି କୁ କମାଇ ଦିଆଯାଇଛି । ପୂର୍ବରୁ ଭକ୍ତ ନିବାସ ପାର୍କିଂ ଫି ଅତ୍ୟଧିକ ହେବା କଥା ଶୁଣି ଭକ୍ତମାନେ ଅସନ୍ତୁଷ୍ଟ ଥିଲେ ।
 
ଏହାସହିତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି ପାଇଁ ସଂଶୋଧିତ ମାର୍ଗଦର୍ଶିକା ଉପରେ ପରିଚାଳନା କମିଟିର ମୋହର ବାଜିଛି । ଅଳଙ୍କାରର ଗଣତି ଓ ମଣତି ପାଇଁ ୧୧ ପୃଷ୍ଠାର ଏସଓପି ପ୍ରସ୍ତୁତ ହୋଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ ଆସିବା ପରେ ଶୁଭ ବେଳାରେ ଆରମ୍ଭ ହେବ ଗଣତି ମଣତି ।
 
ଏହି ଗଣତି ମଣତି ୩ଟି ପର୍ଯ୍ୟାୟରେ ହେବ । ପ୍ରଥମେ ବାହାର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଗୁଡିକୁ ଗଣତି କରାଯିବ । ଏହାପରେ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଗୁଡିକୁ ଗଣତି କରାଯିବ । ଗଣତି ମଣତି ପ୍ରକ୍ରିୟା ସମୟରେ ଆରବିଆଇ ଅଧିକାରୀ ଏବଂ ଏସବିଆଇ ଅଧିକୃତ ବ୍ୟକ୍ତି ଉପସ୍ଥିତ ରହିବେ । ଗଣତି ମଣତି ପରେ ଚାବି ଜିଲ୍ଲା କୋଷାଗାରରେ ରଖାଯିବ ।

By Nirvay

Leave a Reply

Your email address will not be published. Required fields are marked *