ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ‘ପରୀକ୍ଷା ପେ ଚର୍ଚ୍ଚା’ର ନବମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଏବଂ ସେମାନଙ୍କ କ୍ୟାରିଅର ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି । ପରୀକ୍ଷା ପ୍ରସ୍ତୁତି ସମୟରେ ଚାପ ନ ନେଇ ସକାରାତ୍ମକ ଚିନ୍ତାଧାରା ରଖିବା ଆବଶ୍ୟକ ବୋଲି ମୋଦି କହିଛନ୍ତି । ଶିକ୍ଷା ଓ ଶୃଙ୍ଖଳା ହେଉଛି ଜୀବନର ସର୍ବାଙ୍ଗୀନ ବିକାଶ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ । ପରୀକ୍ଷା ପ୍ରସ୍ତୁତି ସମୟରେ ଚାପ ନ ନେଇ ସକାରାତ୍ମକ ଚିନ୍ତାଧାରା ରଖିବା ଆବଶ୍ୟକ । ଆମେ ପ୍ରଯୁକ୍ତିବିଦ୍ୟାକୁ ଭୟ କରିବା ଉଚିତ୍ ନୁହେଁ କିମ୍ବା ଏହାର ଦାସ ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ, ଶୃଙ୍ଖଳା ବିନା, ଜଣଙ୍କ ପାଖରେ ଯେତେ ପ୍ରେରଣା ଥାଉ ନା କାହିଁକି, ଏହା ଏକ ବୋଝ ହୋଇପାରେ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଶୃଙ୍ଖଳା ହେଉଛି ଜୀବନର ସର୍ବାଙ୍ଗୀନ ବିକାଶ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ । ଆତ୍ମବିଶ୍ୱାସ ଓ ଅନୁଶାସନରୁ ହିଁ ଭବିଷ୍ୟତ ଡରମୁକ୍ତ ହୋଇଥାଏ ବୋଲି ସେ କହିଛନ୍ତି । Post navigation Opposition To Move No-Confidence Against Om Birla: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଆସିପାରେ ଅନାସ୍ଥା