ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହୁଥିବା ବିଜେଡିକୁ ଜବରଦସ୍ତ ଉତ୍ତର ଦେଇଛନ୍ତି ଗୋପାଳପୁର ବିଧାୟକ ତଥା ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପ କହିଛନ୍ତି ମୋଦି ରାଜ୍ୟ ବୁଲିଲେ ଯଦି ପର୍ଯ୍ୟଟକ, ନବୀନ ଜିଲ୍ଲା ବୁଲିଲେ କ’ଣ ? ପ୍ରଧାନମନ୍ତ୍ରୀ ସାରା ଦେଶର ନେତା ତେଣୁ ସେ ସବୁଦିନ ଯାଇ ଗୋଟିଏ ରାଜ୍ୟରେ ରହିପାରିବେ ନାହିଁ ନା? ଯଦି ରାଜ୍ୟରୁ ରାଜ୍ୟକୁ ଗଲେ ପ୍ରଧାନମନ୍ତ୍ରୀ ପର୍ଯ୍ୟଟକ ହେଉଛନ୍ତି ତାହାଲେ ମୁଖ୍ୟମନ୍ତ୍ରୀ କଣ୍ ପର୍ଯ୍ୟଟକ ଭାବେ ଜିଲ୍ଲା ଗସ୍ତ କରୁଛନ୍ତି କି? ମୁଖ୍ୟମନ୍ତ୍ରୀ ଅସ୍ଥିର ବିଚଳିତ ଅଛନ୍ତି, ଜଣେ ମୁଖ୍ୟମନ୍ତ୍ରଙ୍କ ପାଖରୁ ଏଭଳି କଥା ଆଶା କରାଯାଇ ନପାରେ। ଯେଉଁମାନେ ବିଜ୍ଞ ସେମାନେ ଚାହୁଁଛନ୍ତି ସରକାର ବଦଳୁ,ଆଉ ଏଥର ହିଞ୍ଜିଳିରେ ତାଙ୍କ ଲେଖା ଛିଡୁଛି। ନବୀନ ବାବୁଙ୍କ ଶକ୍ତି ନିଷ୍କ୍ରିୟ ହେବାକୁ ଲାଗିଲାଣି, ଏଥର ବିଜେଡି ହାରିବା ଥୟ ବୋଲି କହିଛନ୍ତି ପ୍ରଦୀପ।

By Nirvay

Leave a Reply

Your email address will not be published. Required fields are marked *