ଭୁବନେଶ୍ୱରରେ ବର୍ତ୍ତମାନ ଡିଜିପି ସମ୍ମିଳନୀ ଆରମ୍ଭ ହୋଇଛି । ଦେଶର ସୁରକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଉଛି । ଏହି ସମୟରେ ଆଜି ବିଭିନ୍ନ ସାମ୍ୱାଦିକ ଓ ମିଡିଆ ଅଫିସକୁ ଧମକ୍ ପୂର୍ଣ୍ଣ ଇମେଲ ଆସିଛି। ଖଲିସ୍ତାନୀ ଆତଙ୍କୀ ପନ୍ନୁର ଏହି ଧମକ ପୂର୍ଣ୍ଣ ଇ-ମେଲ୍ ପଠାଇଥିବା ସୂଚନା ମିଳିଛି ।

ସୂଚନଯୋଗ୍ୟ; ବରିଷ୍ଠ ସାମ୍ବାଦିକ ନବୀନ ଦାସ ଓ ନିର୍ଭୟ ମିଡିଆ ସମେତ ବିଭିନ୍ନ ସାମ୍ବାଦିକଙ୍କୁ ଆଜି ଖଲିସ୍ତାନୀ ଆତଙ୍କୀ ପନ୍ନୁ ନାରେ ଧମକ ପୂର୍ଣ୍ଣ ଇ-ମେଲ୍ ଆସିଛି । ଯାହା ଓଡ଼ିଆରେ ଲେଖା ଯାଇଛି । ଯାହାକୁ ନେଇ ନବୀନ ଦାସ ମିଡିଆ ଆଗରେ କହିଛନ୍ତି ଆୟୋଜିତ ହୋଇଥିବା ଡିଜିପି ସମ୍ମିଳନୀକୁ ବରବାଦ୍ କରିବାକୁ ଏହି ଭଳି ଇ-ମେଲ୍ ପଠାଯାଇଛି ।

“ନିର୍ଭୟ ମିଡ଼ିଆକୁ ଆତଙ୍କୀ ପନ୍ନୁ ଜାଣିଥିବ ବୋଲି ଭାବିବା ଅତ୍ୟନ୍ତ ହାସ୍ୟାସ୍ପଦ । କେହି ଜଣେ ଜାଣି ଶୁଣି ଏସବୁ କାଣ୍ଡ କରୁଛି, ପୁଣି ନିର୍ଭୁଲ ଓଡ଼ିଆରେ ଲେଖୁଛି”, ବୋଲି ସେ କହିଛନ୍ତି । ଏହି ଇ-ମେଲ୍ ପଛରେ ଅର୍ବାନ ନକ୍ସଲ’ଙ୍କ ହାତ ରହିଥିବାର ସନ୍ଦେହ କରିଛନ୍ତି ବରିଷ୍ଠ ସାମ୍ବାଦିକ ନବୀନ ଦାସ ।

 

Leave a Reply

Your email address will not be published. Required fields are marked *