ଜାତୀୟ ଗଣମାଧ୍ୟମ ଏକ ରିପୋର୍ଟ ଦେଇଥିଲେ ଯେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶ୍ୱସ୍ତ ଭି. କେ ପାଣ୍ଡିଆନ ବିଜେଡି-ବିଜେପି ମେଣ୍ଟ ପାଇଁ ହେଉଥିବା ଆଲୋଚନାର ମୁଖ୍ୟ । ଏଥିସହ ବିଜେପି ତାଙ୍କ ଦଳର ସମର୍ଥନରେ ହିଁ ନବୀନଙ୍କ ପାଖରେ ପହଂଚିପାରିଛି । ଏଥିସହ ପାଣ୍ଡିଆନ ବିଜେପିକୁ ସମର୍ଥନ କରିବା ପାଇଁ ମଧ୍ୟ ଅଫର କରିଥିଲେ । ଗତ କିଛି ସପ୍ତାହ ମଧ୍ୟରେ ସେ ଅମିତ ଶାହଙ୍କୁ ଭେଟିବା ପାଇଁ ଅନେକ ଥର ଦିଲ୍ଲୀ ମଧ୍ୟ ଯାଇଛନ୍ତି ।

ଏ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କ ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି । ସେ ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ସୂଚନା ଦେଇ କହିଛନ୍ତି ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ସଂପୂର୍ଣ୍ଣ ମିଥ୍ୟା ଓ ଉଦ୍ଦେଶ୍ୟମୂଳକ। ପାଣ୍ଡିଆନଙ୍କୁ ନେଇ ମୁଁ ପୂର୍ବରୁ ସ୍ପଷ୍ଟ କରିସାରିଛି ବୋଲି କହିଛନ୍ତି ।

ରାଜ୍ୟ ଏବଂ ବିଜେଡି ପାଇଁ ପାଣ୍ଡିଆନ କାମ କରିଛନ୍ତି। ପାଣ୍ଡିଆନ ତାଙ୍କ ସମର୍ପଣ ମନୋଭାବ, ନିଷ୍ଠା ଓ ଦକ୍ଷତା ପାଇଁ ପରିଚିତ। ପାଣ୍ଡିଆନ ବିଜେଡିକୁ ଭାଙ୍ଗିବା ନେଇ ଖବର ପ୍ରସାରିତ ହୋଇଥିଲା। ହେଲେ ଏହା ସମ୍ପୂର୍ଣ୍ଣ ମିଥ୍ୟା।

Leave a Reply

Your email address will not be published. Required fields are marked *