ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କିନ୍ତୁ ନବୀନ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ମେଡ଼ିକାଲରେ ନବୀନଙ୍କୁ ଭେଟିବାକୁ ନେତାମାନେ ଯାଉଥିବାବେଳେ ସେମାନଙ୍କୁ ଅନୁମତି ନ ମିଳିବାରୁ କ୍ଷୋଭ ପ୍ରକାଶ ପାଇଛି । ହସ୍ପିଟାଲରେ ନବୀନଙ୍କୁ ଭେଟିବାକୁ ଯାଇଥିବା ନେତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଘଟଣା ଏବେ ସମ୍ନାକୁ ଆସିଛି।

ହସ୍ପିଟାଲ ପରିସରରେ ନବୀନଙ୍କୁ ଦେଖା କରିବାକୁ ଆସିଥିବା ପିସିସି ସଭାପତି ଭକ୍ତଚରଣ ଦାସ ଓ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା)ଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାକୁ କରିଛନ୍ତି ପାଣ୍ଡିଆନ । ଏହିପରି କିଛି ଖବର ଏବେ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ରାଜଧାନୀ ଭୁବନେଶ୍ୱରର ସମ୍ ଅଲଟିମେଟ୍ ମେଡିକେୟାର ହସ୍ପିଟାଲରେ ପାଣ୍ଡିଆନ ବିଜେଡିର ଆଗଧାଡି କିଛି ନେତାଙ୍କୁ ଧମକାଇ କହିଛନ୍ତି ଆଇ ଆମ୍ ଡାଉନ୍‌, ବଟ୍ ନଟ୍ ଆଉଟ୍ ଅଫ ଦ ପାର୍ଟି। ଏଠି ପଲଟିକ୍ସ କରିବ ତ ଗୋଟିଏ କଲ୍‌ରେ ଦଳରୁ ଚୁଟକି ମାରି ବିଦା କରିଦେବି ।

ମିଳିଥିବା ସୂଚନା ଅନୁଯାୟୀ; ଡାକ୍ତରଙ୍କ ସୂଚନା ଅନୁସାରେ ଦୁଇ ଦିନ ହେବ ନବୀନଙ୍କର ଝାଡ଼ାବାନ୍ତି ହେଉଥିଲା । କିନ୍ତୁ ତାଙ୍କୁ ତୁରନ୍ତ ମେଡିକାଲ ନିଆ ଯାଇନଥିଲା। ଏକଥା ଶୁଣି ରାଜା ସ୍ୱାଇଁ ‘କାହିଁକି ଦୁଇ ଦିନ ଧରି ଅସୁସ୍ଥ ଆମମାନଙ୍କ ନେତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିନଥିଲ’ ବୋଲି ହସ୍ପିଟାଲରେ ଉପସ୍ଥିତ ଥିବା ସୁଜାତା ପାଣ୍ଡିଆନଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ସୁଜତା ଏହାର କିଛି ଉତ୍ତର ନ ଦେଇ ସେଠାରୁ ପାଲେଇଥିଲେ । ଏହାର କିଛି ସମୟ ପରେ ପାଣ୍ଡିଆନ ସେଠାରେ ପହଞ୍ଚିଥିଲେ। ଏହି ସମୟରେ ରାଗିଯାଇ ସେଠାରେ ଉପସ୍ଥିତ ଥିବା ବିଜେଡି ନେତା ମାନଙ୍କୁ ପାଣ୍ଡିଆନ କହିଥିଲେ ‘ମୁଁ ଡାଉନ୍ ଅଛି କିନ୍ତୁ ଦଳରୁ ବାହାରି ଯାଇନାହିଁ’। ମୁଁ ଚାହିଁଲେ ବିଜୁ ଜନତା ଦଳରୁ ଚୁଟକି ମାରି ବିଦା କରିଦେବି ।

ସେହିପରି ନବୀନ ପଟ୍ଟନାୟକଙ୍କ ଗୁରୁତର ଅବସ୍ଥାରେ ସମ୍ ହସ୍ପିଟାଲରେ ଆଡମିଶନ ହୋଇଥିବା ଖବର ପ୍ରଚାରିତ ହେବା ପରେ ମାନବିକତା ଦୃଷ୍ଟିକୋଣରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ନିଜ ବିଧାୟକ ପୁଅ ସାଗର ଦାସଙ୍କ ସହ ଯାଇଥିଲେ ପିସିସି ସଭାପତି ଭକ୍ତଚରଣ ଦାସ। ନବୀନଙ୍କୁ ଟିକେ କାଚ ବାହାରୁ ଦେଖିବେ ବୋଲି ଡାକ୍ତରୀ ଟିମକୁ ଅନୁରୋଧ କରିଥିଲେ । ଏହାପରେ ସେଠାରେ ପାଣ୍ଡିଆନ ପହଞ୍ଚି ଭକ୍ତଙ୍କୁ କହିଥିଲେ କାହିଁକି ଡାକ୍ତରମାନଙ୍କୁ ହଇରାଣ କରୁଛନ୍ତି ଓ ଚାପ ପକାଉଛନ୍ତି । ସେ ସମୟରେ ଭକ୍ତ କହିଥିଲେ ନବୀନ ପଟ୍ଟନାୟକ ରାଜ୍ୟର ସମ୍ପତ୍ତି, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଜାଣିବାର ଅଧିକାର ଅଛି’ । ଏହା ସହ ଭକ୍ତ ପାଣ୍ଡିଆନଙ୍କୁ କହିଥିଲେ ତୁମକୁ ମୁଁ ମୋ’ ଜିଲ୍ଲାରେ ସବକଲେକ୍ଟର ଥିବାବେଳୁ ଜାଣେ । ପାଣ୍ଡିଆନ ପାଲଟା ଜବାବ ଦେଇ କହିଥିଲେ ସେତେବେଳେ ବି ଆପଣ ନିର୍ବାଚନ ହାରିଯାଇଥିଲେ।

ଏହାପରେ ଏହି ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ଏହି ସମସ୍ତ ଘଟଣା ସଂମ୍ପର୍କରେ ଉଭୟ ଭକ୍ତ ଓ ରାଜାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *