Panchayat elections will be held as per schedule, says Manmohan Samal
ପଞ୍ଚାୟତ ନିର୍ବାଚନ ଆଗୁଆ ହେବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ୟୁ-ଟର୍ଣ୍ଣ । ପୂର୍ବରୁ ପଞ୍ଚାୟତ ନିର୍ବାଚନ ଆଗୁଆ ହେବା ନେଇ ସେ କହିଥଲେ । ତେବେ ଆଜି କଥା ବଦଳେଇ ପଞ୍ଚାୟତ ନିର୍ବାଚନ ସମୟ ଅନୁସାରେ ହେବ ବୋଲି ସାମଲ କହିଛନ୍ତି
 
ମନମୋହନ ସାମଲ ଆଜି ସ୍ପଷ୍ଟ କରିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହିଁ ଅନୁଷ୍ଠିତ ହେବ । ପଞ୍ଚାୟତ ନିର୍ବାଚନ ପାଇଁ ସବ୍‌ଡିଭିଜନସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି ଓ ନିର୍ଦ୍ଧାରିତ ପାଞ୍ଚ ବର୍ଷର କାର୍ଯ୍ୟକାଳ ସମାପ୍ତ ହେବା ପରେ ହିଁ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।
 
ପଞ୍ଚାୟତ ନିର୍ବାଚନ ଏବଂ ଜଣ ଗଣନା ମଧ୍ୟରେ ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ କମିଶନ ସମନ୍ଵନ୍ଵୟ ରକ୍ଷା କରି କରିବେ ବୋଲି ସେ କହିଛନ୍ତି ।
 
ଫେବୃଆରୀରେ ଜନଗଣନା ହେବାର ଥିବାରୁ ଆଗୁଆ ନିର୍ବାଚନ ହୋଇପାରେ ବୋଲି କହିଥିଲେ ମନମୋହନ ।
 

By Nirvay

Leave a Reply

Your email address will not be published. Required fields are marked *