ଦୁବାଇର ଆଇସିସି ଏକାଡେମୀ ଗ୍ରାଉଣ୍ଡରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅଣ୍ଡର-୧୯ ଏସିଆ କପ ଫାଇନାଲ୍ ମ୍ୟାଚରେ ବିଜୟ ହାସଲ କରିଛି ପାକିସ୍ତାନର । ୧୯୧ ରନରେ ବାଜି ମାରିନେଲା ପାକ୍ ଟିମ୍ । ପାକିସ୍ତାନର ୩୪୮ ରନର ବିଶାଳ ସ୍କୋରକୁ ପିଛା କରୁଥିବା ଭାରତୀୟ ଟିମ ୧୫୭ ରନ କରି ଅଲଆଉଟ୍ ହୋଇଯାଇଥିଲା । ଭାରତର ଟପ୍ ଅର୍ଡର ପୂରା ଫେଲ୍ ମାରିଛି । ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପାକ୍ ବ୍ୟାଟ୍ସମ୍ୟାନ ସମୀର ମିନହାନଙ୍କ ବିସ୍ଫୋରକ ୧୭୨ ରନ(୧୧୩ ବଲ) ବଳରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ବିନିମୟରେ ୩୪୭ ରନ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଦୀପେଶ ଦେବେନ୍ଦ୍ରନ ସର୍ବାଧିକ ୩ଟି ଉଇକେଟ ନେଇଥିବାବେଳେ ହେନିଲ ପଟେଲ ଓ ଖିଲାନ ପଟେଳ ୨ଟି ଏବଂ କନିଷ୍କ ଚୌହାନ ଗୋଟିଏ ଉଇକେଟ ନେଇଥିଲେ। ସେହିପରି ୩୪୮ ରନର ଟାର୍ଗେଟକୁ ପିଛା କରି ପଡ଼ିଆକୁ ଓହ୍ଲାଇ ଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଓଭରରେ ପାକିସ୍ତାନ ବୋଲରଙ୍କ ଉପରେ ବର୍ଷିଥିଲେ ବୈଭବ ସୂର୍ଯ୍ୟବଂଶୀ । ହେଲେ ସେ ଅଧିକ ସମୟ ତିଷ୍ଠି ପାରିନଥିଲେ । ବୈଭବ ମାତ୍ର ୨୬ ରନ କରି ଆଉଟ୍ ହୋଉଥିଲେ । ଏହା ପରେ ଭାରତୀୟ ଦଳର କ୍ରମାଗତ ଭାବେ ଓ୍ବିକେଟ୍ ପତନ ହୋଇଥିଲା । ଭାରତ ପକ୍ଷରୁ ଦିପେଶ ଦେବେନ୍ଦ୍ରନ ସର୍ବାଧିକ ୩୬ ରନ ସଂଗ୍ରହ କରିଥିଲେ । ଫଳରେ ଭାରତୀୟ ଦଳ ମାତ୍ର ୧୫୬ ରନ କରି ଅଲଆଉଟ୍ ହୋଇଥିଲା । ଅଣ୍ଡର ୧୯ ଏସିଆ କପ୍ ଫାଇନାଲ ମୁକାବିଲାକୁ ୧୯୧ ରନରେ ଜିତି ନେଇ ପାକିସ୍ତାନ ଚାମ୍ପିଅନ ହୋଇଛି । ଏସିଆ କପରେ ସମୀର ମିନାହସ ପ୍ଲେୟାର ଅଫ ଦି ସିରିଜ୍ ଏବଂ ପ୍ଲେୟାର ଅଫ ଦି ମ୍ୟାଚ୍ ହୋଇଛନ୍ତି । Post navigation Saheed Nagar Gang-Rape: ସହିଦ ନଗର ଗଣଦୁଷ୍କର୍ମ ମାମଲା; ଉଦବେଗ ପ୍ରକାଶ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ